/odisha-reporter/media/post_attachments/uploadimage/library/16_9/16_9_0/GYM_1754118383.jpg)
GYM
ଦେଶରେ ଏବେ ଅକସ୍ମାତ ମୃତ୍ୟୁ ବା ହୃଦଘାତଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। କିଏ ଅଫିସରେ ପ୍ରାଣ ହରାଉଛି ତ ଆଉ କିଏ ରାସ୍ତାରେ ଯିବା ବେଳେ ଆଖି ବୁଜୁଛନ୍ତି। ମୃତ୍ୟୁ କେତେବେଳେ କାହାକୁ ପରପାରିକୁ ନେଇ ଯାଉଛି, ତା’ହା କେହି ଜାଣି ପାରୁ ନାହାନ୍ତି। ଯୁବପିଢ଼ିଙ୍କ ଠାରୁ ମଧ୍ୟବୟସ୍କ ଓ ବରିଷ୍ଠ ନାଗରିକ ଏହି ହଠାତ୍ ମୃତ୍ୟୁ କବଳରେ ପଡ଼ିବାରେ ଲାଗିଛନ୍ତି।
ଏହିକ୍ରମରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ସବୁ ଦିନ ଭଳି ଶୁକ୍ରବାର ମଧ୍ୟ ପୁଣେର ଛିଞ୍ଚୱାଡ ଅଞ୍ଚଳରେ ଥିବା ଜିମରେ ବେଶ ଝାଳ ବୁହାଇଥିଲେ। ହେଲେ ଏହାର କିଛି ସମୟ ପରେ ସେ ହୃଦଘାତରେ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକେଳ ୭ଟାରେ ନିଟ୍ରୋ ଜିମରେ ପୂରା ଘଟଣା ଘଟିଛି। ୩୭ ବର୍ଷୀୟ ମିଲିନ୍ଦ କୁଲକର୍ଣ୍ଣୀ ୬ ମାସ ହେଲା ନିୟମିତ ଏଠାକୁ ଆସି ବ୍ୟାୟାମ କରୁଥିଲେ।
ସବୁଦିନ ଭଳି ଶୁକ୍ରବାର ମଧ୍ୟ ମିଲିନ୍ଦ ଜମିରେ ପରିଶ୍ରମ କରୁଥିବା ବେଳେ ଗୋଟିଏ ବ୍ରେକ ନେଇଥିଲେ। ଏହାପରେ ସେ ପାଣି ପିଇଥିଲେ। ପାଣି ପଇବାର କିଛି ସେକେଣ୍ଡ ମଧ୍ୟରେ ସେ ଅସୁସ୍ଥ ଅନୁଭବ କରିବା ସହ ଟଳି ପଡ଼ିଥିଲେ। ଏହା ଦେଖି ଜିମର କର୍ମଚାରୀ ଓ ଅନ୍ୟମାନେ ତାଙ୍କ ପାଖକୁ ଦୌଡ଼ି ଥିଲେ ଓ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଘଟଣାକୁ ନିଶ୍ଚିତ କରିବା ସହ ତଦନ୍ତ ଚାଲିଥିବା କହିଛି। ବରିଷ୍ଠ ପୁଲିସ ଅଧିକାରୀ ଅଙ୍କୁର ବାଙ୍ଗର କହିଛନ୍ତି, “ଚିଞ୍ଚୱାଡରେ ଥିବା ନିଟ୍ରୋ ଜିମରେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅକସ୍ମାତ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୭ଟାରେ ଏହି ଘଟଣା ଘଟିଥିଲା। ପୁଲିସ୍ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ଯାଞ୍ଚରୁ ୩୭ ବର୍ଷୀୟ ମିଲିନ୍ଦ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି।”
ମିଲିନ୍ଦ କୁଲକର୍ଣ୍ଣୀ ଜଣେ ବ୍ୟବସାୟୀ। ସେ ପୁଣେରେ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ। ପତ୍ନୀ ଜଣେ ଡାକ୍ତର। କୁହରଯାଉଛି ଯେ ପୂର୍ବରୁ ମିଲିନ୍ଦଙ୍କ ପରିବାରେ ମଧ୍ୟ ହୃଦଘାତ ଜନିତ ମୃତ୍ୟୁ ଘଟଣା ଦେଖିବାକୁ ମିଳିଥିଲା। ତାଙ୍କ ବାପା ଓ ଭାଇ ହୃଦଘାତରେ ପ୍ରାଣ ହରାଇଥିଲେ। ଏବେ ମିଲିନ୍ଦ ମଧ୍ୟ ହୃଦଘାତରେ ଆଖି ବୁଜିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
