Advertisment

ବଜ୍ରପାତରେ ଗୋଟିଏ ଦିନରେ ୩୮ ମୃତ, ଏକାଧିକ ଆହତ

ମୃତକମାନଙ୍କ ମଧ୍ୟରେ ୧୩ ଏବଂ ୧୫ ବର୍ଷ ବୟସର ଦୁଇ ସମ୍ପର୍କୀୟ ଭାଇ ଅଛନ୍ତି।

author-image
Debibandita Barick
undefined

Lightning

ବୁଧବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ କାରଣରୁ ୩୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବଜ୍ରାଘାତରେ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି। 

Advertisment

ରିପୋର୍ଟ ଅନୁସାରେ, ପ୍ରତାପଗଡ଼ରେ ସର୍ବାଧିକ ୧୧ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ସେହିପରି ସୁଲତାନପୁରରେ ୭ ଜଣ, ଚନ୍ଦୌଲିରେ ୬ ଜଣ, ମୈନପୁରୀରେ ୫ ଜଣ, ପ୍ରୟାଗରାଜରେ ୪ ଜଣ, ଔରୟା, ଦେଓରିଆ, ହାଥରସ, ବାରଣାସୀ ଏବଂ ସିଦ୍ଧାର୍ଥନଗରରେ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ଘଟିଛି। 

ଏହି ସବୁ ଜିଲ୍ଲାର ୧୨ରୁ ଅଧିକ ଲୋକ ଆହାତ ହୋଇଥିବା ବେଳେ ପୂର୍ବ ଉତ୍ତରପ୍ରଦେଶର ଚନ୍ଦୌଲିରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୧୩ ଏବଂ ୧୫ ବର୍ଷ ବୟସର ଦୁଇ ସମ୍ପର୍କୀୟ ଭାଇ ଅଛନ୍ତି। ସେମାନେ ଚାଷ କିମ୍ବା ମାଛ ଧରିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

Advertisment

ବୁଧବାର ଅପରାହ୍ନ ୪ ଟାରୁ ୬ ଟା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ଦୁଇ ଘଣ୍ଟା ବର୍ଷା ଓ ଘଡଘଡ଼ିରେ ୩୮ ଜଣଙ୍କ ଜୀବନ ଚାଲିଯାଇ ଥିବାବେଳେ ଏକାଧିକ ଗଛ ଓ ଘର କ୍ଷତିଗ୍ରସ୍ତ ହୋଇଛି।

Lightning Strikes Lightning Strikes In UP