Advertisment

ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି ପାକିସ୍ତାନର ଲାହୋର।

World Air Quality Report

World Air Quality Report

Advertisment

ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ୧୩୮ଟି ଦେଶର ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ସେପଟେ ଏହି ତାଲିକା ସାମ୍ନାକୁ ଆସିବା ପରେ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସ୍ୱିସ୍ ଆଇକ୍ୟୁଏୟାର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି ପାକିସ୍ତାନର ଲାହୋର। ଏହା ତାଲିକାର ସବୁଠୁ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ହୋଟାନ, ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିୱଣ୍ଡି ଓ ଚତୁର୍ଥରେ ଦିଲ୍ଲୀ। ତେଣୁ ରିପୋର୍ଟ ମୁତାବକ ଭିୱଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର। ୫ମ ସ୍ଥାନରେ ପାକିସ୍ତାନର ପେଶାୱାର ଥିବା ବେଳେ ଷଷ୍ଟରେ ବିହାରର ଦରଭଙ୍ଗା ଓ ସପ୍ତମ ସ୍ଥାନରେ ଆସୋପୁର ରହିଛି। 

ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି। ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର। ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ୱ ରାଙ୍କ ୯୯ ରହିଛି। ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ରାଙ୍କ ରହିଛି ୧୩୭।

Advertisment

ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ସାମ୍ନାକୁ ଆସିବା ପରେ ଭାରତକୁ ଶକ୍ତ ଝଟ୍‌କା ଲାଗିଛି। ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୬ଟି ସହର ରହିଛି। 

ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ୮ମ ସ୍ଥାନରେ ରହିଛି। ୨୦୨୧ରେ ଭାରତ ୫ମସ୍ଥାନରେ ଥିଲା । ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ଇରାକ୍, ପାକିସ୍ତାନ ଓ ବାହାରିନ୍‌।

Air Quality Report Polluted Citie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe