/odisha-reporter/media/post_attachments/uploadimage/library/16_9/16_9_0/ASI_1751114658.jpg)
ASI
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା(ଏସଆଇ)କୁ ମିଳିଛି ୪୫୦୦ ବର୍ଷ ପୁରୁଣା ସଭ୍ୟତାର ପ୍ରମାଣ। ରାଜସ୍ଥାନର ଦୀଗ ଜିଲ୍ଲାର ବାହାଜ ଗାଁରୁ ଏହି ପୁରୁତାନ ସଭ୍ୟତାର ପ୍ରମାଣ ଏଏସଆଇ ହାତରେ ଲାଗିଛି। ଗାଁରେ ଏଏସ୍ଆଇ ପକ୍ଷରୁ ସର୍ଭେ କରାଯିବା ସହ ୨୦୨୪ ମସିହା ଜୁନାନୁଆରୀ ୧୦ରୁ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ସମୟରେ ୪୫୦୦ ବର୍ଷ ପୁରୁଣା ସଭ୍ୟତା ସହ ଜଡ଼ିତ ଏକାଧିକ ଜିନିଷ ମିଳିଛି।
ଅଧିକାରୀମାନେ ମାଟି ତଳୁ ଗୋଟିଏ ୨୩ ମିଟର ଗଭୀର ପାଲେଓ ଚ୍ୟାନେଲ ଠାବ କରିଛନ୍ତି। ଏହାର ଲିଙ୍କ ପୁରାଣ କଥା ବସ୍ତୁ ଅନୁସାରେ ସରସ୍ୱତୀ ନଦୀ ସହ ଥିବା ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱାସ କରୁଛନ୍ତି। ଋକ ବେଦରେ ମଧ୍ୟ ଏକଥା ବର୍ଣ୍ଣିତ ରହିଛି। ଏହି ପ୍ରାଚୀନ ନଦୀ ପ୍ରଣାଳୀ ସମ୍ଭବତଃ ମାନବ ବସ୍ତିର ସାହାରା ବନିଥିଲା ଓ ବହାଜକୁ ବିଶାଳ ସରସ୍ୱତୀ ସଂସ୍କୃତି ସହ ଯୋଡ଼ିଥିଲା।
ଖନନ ବେଳେ ପ୍ରତ୍ନତତ୍ତ୍ୱବିତମାନେ ୮୦୦ରୁ ଅଧିକ କଳାକୃତି ଠାବ କରିଛନ୍ତି। ଏହା ମଧ୍ୟରେ ମାଟିର ବାସନ, ବ୍ରାହ୍ମୀ ଲିପିର ପ୍ରାଚୀନ ମୋହର, ତମ୍ବାର କଏନ, ଯଜ୍ଞ କୁଣ୍ଡ, ମୌର୍ଯ୍ୟ ଶାସନର ମୂର୍ତ୍ତି, ଭଗବାନ ଶିବ ଓ ପାର୍ବତୀଙ୍କ ପ୍ରତିମୂର୍ତ୍ତି ଓ ହାଡ଼ରୁ ତିଆରି କରାଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ରହିଛି।
ଏଏସ୍ଆଇହରପ୍ପା ସଭ୍ୟତା ପରର ସ୍ଥିତି, ମହାଭାରତ, ମୌର୍ଯ୍ୟ ଶାସନ, କୁଶାଣ କାଳ ଓ ଗୁପ୍ତ କାଳ ଭଳି ୫ଟି ଅଲଗା ଅଲଗା ସମୟ ସହ ଜଡ଼ିତ ପ୍ରମାଣ ଖନନ ସମୟରେ ମିଳିଛି। ନିକଟରେ ମିଳିଥିବା ତଥ୍ୟରୁ ପ୍ରମାଣିତ ହୋଇଛି ଯେ ବ୍ରଜ କ୍ଷେତ୍ର ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ଐତିହ୍ୟର କେନ୍ଦ୍ର ରହିଥିଲା। ବାହାଜ ଗାଁରେ ଖନନ ପ୍ରକ୍ରିୟା ୨୩ ମିଟର ଗଭୀରତା ଯାଏ ଯାଇଛି। ରାଜସ୍ଥାନରେ ପୂର୍ବରୁ କେବେ ହେଲେ ଏତେ ଗଭୀର ଯାଏ ସଭ୍ୟତାର ପ୍ରମାଣ ହାସଲ ପାଇଁ ଖୋଳା ଯାଇ ନଥିଲା।
ଏଏସ୍ଆଇର ସ୍ଥାନୀୟ ମୁଖ୍ୟ ପବନ ସରସ୍ୱତୀ କହିଛନ୍ତି, ଖନନ ବେଳେ ଗୋଟିଏ ପୁରାତନ ନଦୀ ଚ୍ୟାନେଲ ବା ପାଲେଓ ଚ୍ୟାନେଲର ଖୁଲାସା ହୋଇଛି। ଋକ ବେଦ ସହ ସମ୍ଭବତଃ ଏହାର ଲିଙ୍କ ସରସ୍ୱତୀ ନଦୀ ସହ ରହିଛି। ଏହି ଚ୍ୟାନେଲ ବ୍ୟବସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ ସରସ୍ୱତୀ ଉପତ୍ୟକା ସହିତ ମଥୁରା ଓ ବ୍ରଜ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସହାୟତା କରୁଥିଲା।
ଏଏସ୍ଆଇଏଏସ୍ଆଇ ଟିମର କହିବା କଥା ଯେ ଖନନ ବେଳେ ମହାଭାରତ ଯୁଗର ପ୍ରମାଣ ମିଳିଛି। ମାଟିର ବାସନ ଓ ଯଜ୍ଞ କୁଣ୍ଡ ମିଳିବା ମହାଭାରତ ଯୁଗର ପ୍ରମାଣ ଦେଇଛି। ମହାଭାରତ ଯୁଗରେ ଯେଉଁ ଭଳି ପୋଷାକ ଓ ବାସନ ବ୍ୟବହାର ହେଉଥିଲା ଏବେ ମାଟି ତଳୁ ସେସବୁ ମିଳି ପାରିଛି।
ପ୍ରତ୍ନତତ୍ତ୍ୱବିତମାନଙ୍କ କହିବା କଥା ଯେ ଏହି ସ୍ଥାନରେ ହୋଇଥିବା ଖନନ ସମୟରେ ୪୦୦ ବିସି ପୁରୁଣା ଗୋଟିଏ ମୂର୍ତ୍ତି ମିଳିଛି। ଏହାକୁ ମୌର୍ଯ୍ୟ ଶାସନର ମାତୃଦେବୀ କୁହାଯାଏ। ଗୁପ୍ତ ସ୍ଥାପତ୍ୟ ଶୈଳୀର ମାଟିର କାନ୍ଥ ଓ ସ୍ତମ୍ଭ ଏବଂ ଧାତୁ ସହ ଜଡ଼ିତ ଚଟଣା ଦେଖିଲେ ତମ୍ବା ଓ ଲୁହାର କଞ୍ଚା ମାଲକୁ ଏଥିରେ ବ୍ୟବହାର କରାଯାଇଥିବାର ସଙ୍କେତ ମିଳୁଛି। ହାଡ଼ରୁ ତିଆରି ହୋଇଥିବା ଉପକରଣ ଯଥା- ଛୁଞ୍ଚି, ପାନିଆ ଓ ପ୍ଲେଟ ଆଦି ପ୍ରଥମଥର ପାଇଁ ଭାରତର କୌଣସି ସ୍ଥାନରୁ ଠାବ ହୋଇଛି।
ଏଏସ୍ଆଇଖନନ ବେଳେ ଶିବ-ପାର୍ବତୀଙ୍କ ମାଟିରେ ତିଆରି ମୂର୍ତ୍ତି ମିଳିଛି। ଏହା ଶକ୍ତି ଓ ଭକ୍ତି ପରମ୍ପରା ସହ ଜଡ଼ିତ ବୋଲି ପ୍ରମାଣିତ କରିଛି। ଶଙ୍କର ଚୁଡ଼ି ଓ କାଚର ଉପରକଣ ମିଳିବା ସେହି ସମୟର ବ୍ୟବସାୟ ଓ ସୌନ୍ଦର୍ଯ୍ୟ ପରମ୍ପରାକୁ ଦର୍ଶାଉଛି। ଧାର୍ମିକ ପରମ୍ପରାର ପ୍ରମାଣ ସ୍ୱରୂପ ୧୫ରୁ ଅଧିକ ଯଜ୍ଞ କୁଣ୍ଡ ଠାବ କରାଯାଇଛି। ଏତଦ ବ୍ୟତୀତଚ ଗୋଟିଏ ମାନବ କଙ୍କାଳକୁ ଠାବ କରାଯାଇଛି। ଏହାକୁ ପରୀକ୍ଷଣ ପାଇଁ ଇସ୍ରାଏଲ ପଠା ଯାଇଛି।
ଏଏସ୍ଆଇ ଏହି ଖନନ ପ୍ରକ୍ରିୟା କେବଳ ରାଜସ୍ଥାନର ନୁହେଁ, ବରଂ ପୂରା ଉତ୍ତର ଭାରତର ପ୍ରାଚୀନ ଇତିହାସକୁ ବୁଝିବା ପାଇଁ ନୂଆ ଦିଗ ଦେଖାଇଛି। ଖନନ ପ୍ରକ୍ରିୟାରୁ ମିଳିଥିବା ଜିନିଷ ସମ୍ପର୍କରେ ରିପୋର୍ଟକୁ ଏଏସ୍ଆଇ ସଂସ୍କୃତି ମନ୍ତ୍ରଣାଳୟକୁ ଦେଇଛି। ଖୁବଶୀଘ୍ର ଉକ୍ତ ଅଞ୍ଚଳକୁ ଜାତୀୟ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯିବ।
ଏଏସ୍ଆଇ/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
