Advertisment

ମଣିପୁର ଲଜ୍ଜା ଘଟଣା; ବନ୍ଧା ହେଲେଣି ୪ ଅଭିଯୁକ୍ତ, ରାଜ୍ୟ ସାରା ବିକ୍ଷୋଭ

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗିରଫ ଅଭିଯୁକ୍ତଙ୍କ ପରିଚୟ ଗୋପନ ରଖାଯାଇଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

Protest

Protest

Advertisment

ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର ଦେଶବାସୀଙ୍କ ମୁଣ୍ଡ ନଇଁ ଯାଇଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Advertisment

ବୁଧବାର ଏହି ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶ ଉଠିଥିଲା, ପଡ଼ିଥିଲ। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁଲିସ୍‌ର ବିଭିନ୍ନ ଟିମ୍‌ ଗଠିତ ହୋଇ ବହୁ ସ୍ଥାନରେ ଚଢ଼ାଉ ହୋଇଥିଲା। ବୁଧବାର ମଧ୍ୟରାତ୍ରରେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ପୁଲିସ୍‌ ଉଠାଇ ଆଣିଥିବା ବେଳେ ଗତକାଲି ଆଉ ୩ ଜଣ ବନ୍ଧା ହୋଇଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ପୁଣି ଥରେ ସମଗ୍ର ରାଜ୍ୟରେ ତାତି ଆରମ୍ଭ ହୋଇଥିବା ବେଳେ ପୁଲିସ୍‌ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଜ୍ଞାନ ସ୍ଥାନରେ ରଖି ପଚରାଉଚରା କରୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସେମାନଙ୍କ ପରିଚୟ ଗୋପନ ରଖାଯାଇଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ଏନେଇ ଥୌବଲ ଜିଲ୍ଲାର ନୌଙ୍ଗପୋକ ଥାନାରେ ଅପହରଣ, ଗଣବଳାତ୍କାର ଓ ହତ୍ୟା ପରି ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Advertisment

ହିଂସାଗ୍ରସ୍ତ ମଣିପୁରର ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ ଗତ ମେ’ ୪ ତାରିଖରେ ଏପରି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଗତ ବୁଧବାର ଏହାର ଭିଡିଓ ଭାଇରାଲ ହୋଇଥିଲା।

ଏହି ଘଟଣାକୁ ସମଗ୍ର ଦେଶ ସମେତ ମଣିପୁରର ସମସ୍ତ ବର୍ଗର ଲୋକ ଗଭୀର ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହାକୁ ବିରୋଧ କରି ଚୂଡ଼ାଚାନ୍ଦପୁରରେ ଗତକାଲି ଶତାଧିକ ଲୋକ କଳା କପଡ଼ା ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସମସ୍ତେ ଏହି ଘଟଣାକୁ ସମଗ୍ର ମାନବ ଜାତି ପାଇଁ ଘୋର ଲଜ୍ଜାଜନକ ଘଟଣା ବୋଲି ଉଲ୍ଲେଖ କରିଛନ୍ତି । ଏଥିସହ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁଦଣ୍ଡ ମିଳିବ ସେନେଇ ରାଜ୍ୟ ସରକାର ନିଶ୍ଚିତ ଚେଷ୍ଟା କରିବେ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe