Advertisment

ରକବର ଖାନଙ୍କୁ ପିଟିପିଟି ହତ୍ୟା ଘଟଣା: ୪ ଜଣଙ୍କୁ ୭ ବର୍ଷ ଜେଲ, ଜଣେ ନିର୍ଦ୍ଦୋଷ

୨୦୧୮ରେ ଗୋ-ଚାଲାଣ କରୁଥିବା ସନ୍ଦେହରେ ରକବର ଖାନଙ୍କୁ କିଛି ଲୋକ ରାଜସ୍ଥାନର ଅଲୱର ଠାରେ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ପୂରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

author-image
Hemant Lenka
Alwar lynching

Alwar lynching

ବହୁ ଚର୍ଚ୍ଚିତ ରକବର ଖାନ ହତ୍ୟା ଘଟଣାରେ ରାଜସ୍ଥାନର ଅଲୱର କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ନବଲ କିଶୋରଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରି ଦେଇଛନ୍ତି।

Advertisment

୨୦୧୮ରେ ଗୋ-ଚାଲାଣ କରୁଥିବା ସନ୍ଦେହରେ ରକବର ଖାନଙ୍କୁ କିଛି ଲୋକ ରାଜସ୍ଥାନର ଅଲୱର ଠାରେ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ପୂରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଘଟଣା ଦିନ ରକବର ଖାନ ତାଙ୍କ ସାଙ୍ଗ ଅସଲମଙ୍କ ସହ ଗାଡ଼ିରେ ରାମଗଡ଼ ଦେଇ ଯାଉଥିଲେ। ଏହି ସମୟରେ ତାଙ୍କୁ ଦକ୍ଷିଣପନ୍ଥୀ ସଂଗଠନର କିଛି ଲୋକ ଅଟକାଇବା ସହ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ରକବର ଖାନଙ୍କ ମୃତ୍ୟୁ ଘଟିଥିଲା।

Advertisment

ପୁଲିସ୍‌ ତା’ର ଚାର୍ଜଶିଟ୍‌ରେ ପ୍ରଥମେ ୪ ଜଣଙ୍କ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ସେମାନେ ହେଲେ ନରେଶ ଶର୍ମା, ବିଜୟ କୁମାର, ଧର୍ମେନ୍ଦ୍ର ଯାଦବ ଓ ପରମଜିତ ସିଂହ। ପରବର୍ତ୍ତୀ ଅବସ୍ଥାରେ ପୁଲିସ ନବଲ କିଶୋରଙ୍କୁ ୨୦୧୮ ମସିହା ଜୁଲାଇ ୨୦ ତାରିଖ ଘଟଣା ପାଇଁ ଗିରଫ କରିଥିଲା। ସେ ହିଁ ଲୋକଙ୍କୁ ଆକ୍ରମଣ କରିବାକୁ ଉସକାଇଥିଲେ ବୋଲି ପୁଲିସ୍‌ କହିଥିଲା।

ତେବେ କୋର୍ଟ ଶୁଣାଣି ବେଳେ ନବଲ କିଶୋରଙ୍କ ଛାଡ଼ି ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ୨୯ ବର୍ଷୀୟ ରକବର ଖାନଙ୍କ ଘର ହରିଆଣାରେ। ତଥାକଥିତ ଗୋ-ରକ୍ଷକମାନେ ତାଙ୍କୁ ୨୦୧୮ ଜୁଲାଇ ୨୦ରେ ପ୍ରବଳ ପିଟିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆକ୍ରମଣରେ ରକବରଙ୍କ ଶରୀରରେ ୧୨ଟି କ୍ଷତଚିହ୍ନ ସୃଷ୍ଟି ହୋଇଥିଲେ। ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

Rajasthan Alwar Lynching Mob Lynching