Advertisment

ବାୟୁସେନାର କନଭୟ ଉପରେ ବଡ଼ଧରଣର ଆତଙ୍କବାଦୀ ହମଲା

ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ଅଦ୍ୟତନ ହୋଇଛି
Terrorist

Terrorist

Advertisment

ନିର୍ବାଚନ ବେଳେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଛି ବଡ଼ଧରଣର ଆତଙ୍କୀ ହମଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅନ୍ତର୍ଗତ ସୁରାନକୋଟେରେ ଆଜି ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେମାନେ ଗ୍ରେନେଡ ଓ ଗୁଳିମାଡ଼ କରିବାରୁ ୫ ଜଣ ଯବାନ ଆହତ ହୋଇଥିବା ଖବର ଆସିଛି। ସେମାନଙ୍କୁ ଉଦ୍ଧମପୁର ସ୍ଥିତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। 

Advertisment

ହମଲା ସମ୍ପର୍କରେ ଖବର ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇ ଯାଇଛି। ଏବେ ସେଠାରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି।

ଉକ୍ତ ଅଞ୍ଚଳରେ ଚଳିତ ବର୍ଷ ପ୍ରଥମଥର ପାଇଁ ଏତେବଡ଼ ଆତଙ୍କୀ ହମଲା ହୋଇଛି। ଗତବର୍ଷ ଏଠାରେ ଏକାଧିକ ଆତଙ୍କୀ ହମଲା ହୋଇଥିଲା।

Advertisment

ଘଟଣା ସ୍ଥଳରୁ ଆସିଥିବା ଫଟୋ ମଧ୍ୟ ବିଚଳିତ କରୁଛି। କାରଣ ଆତଙ୍କବାଦୀଙ୍କ ଗୁଳିରେ ଯବାନଙ୍କ ଭ୍ୟାନରେ ଏକାଧିକ ଗୁଳିମାଡ଼ର ଚିହ୍ନ ରହିଛି। ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନାର କନଭୟ ଉପରେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଞ୍ଚରେ ହମଲା କରିଛି।

ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ ଖବର ପାଇ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। କିଛି ଯବାନ ଆହତ ହୋଇଥିବା ବେଳେ ଏବେ ବି ଗୁଳି ବିନିମୟ ଚାଲିଛି। ଆହତ ଯବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Terror Attack Jammu Kashmir Air Force
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe