Advertisment

ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କ ଉପରେ ଗୁଳିମାଡ଼ ମାମଲା: ହରିଆଣାରୁ ୪ ଗିରଫ

ସେମାନଙ୍କ ଭିତରୁ ୩ ଜଣ ପ୍ରଶାନ୍ତ, ବିକାଶ ଓ ଲଭିସ୍ ଉତ୍ତରପ୍ରଦେଶର ହୋଇଥିବା ବେଳେ ଅନ୍ୟଜଣକ ହରିଆଣାର ବିକାଶ ଗୋନ୍ଦର ନିଶିଂ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
him Army chief Chandra Shekhar Aazad

him Army chief Chandra Shekhar Aazad

Advertisment

ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କ ଉପରେ ଗୁଳିମାଡ଼ ମାମଲାରେ ୪ ଜଣଙ୍କୁ ଧରିଛି ଉତ୍ତରପ୍ରଦେଶ ପୁଲିସ। ଉତ୍ତରପ୍ରଦେଶ ସାହାରଣପୁରରେ ଚନ୍ଦ୍ରଶେଖରଙ୍କ ଉପରେ ଗତ ସପ୍ତାହରେ ଗୁଳିମାଡ଼ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହରିଆଣାର ଶହଜାଦ୍‌ପୁର ଅଞ୍ଚଳରୁ ଗିରଫ କରାଯାଇଛି।

Advertisment

ସେମାନଙ୍କ ଭିତରୁ ୩ ଜଣ ପ୍ରଶାନ୍ତ, ବିକାଶ ଓ ଲଭିସ୍ ଉତ୍ତରପ୍ରଦେଶର ହୋଇଥିବା ବେଳେ ଅନ୍ୟଜଣକ ହରିଆଣାର ବିକାଶ ଗୋନ୍ଦର ନିଶିଂ ବୋଲି ଜଣାପଡ଼ିଛି। ତେବେ ପୁଲିସ ସେମାନଙ୍କ ଠାରୁ କୌଣସି ମାରଣାସ୍ତ୍ର ଜବତ କରିନି।

ସୂଚନା ଥାଇକି ଚନ୍ଦ୍ରଶେଖରଙ୍କ ଉପରେ ଗତ ୨୮ ତାରିଖରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ତାଙ୍କ କାର କାଚ୍ ଭାଙ୍ଗି ଯାଇଥିଲା। ଗୋଟିଏ ଗୁଳି ତାଙ୍କ ପିଠିରେ ପଶି ବାହାରି ଯାଇଥିଲା। ତେବେ ସେ ସୁରକ୍ଷିତ ଭାବେ ଦୁର୍ବୃତ୍ତଙ୍କ କବଳରୁ ଖସି ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Advertisment

ତାଙ୍କୁ ସୋସିଆଲ ମିଡିଆରେ ମାରିଦେବାକୁ ଧମକ ଦେଉଥିବା ଜଣେ ଯୁବକଙ୍କୁ ଗୁରୁବାର ପୁଲିସ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିଛି। ତେବେ ଏହି ଯୁବକ ଭିମଲେଶ ସିଂହ(୩୦)ଙ୍କ ସହ ଏହି ଗୁଳିକାଣ୍ଡରେ କୌଣସି ସମ୍ପୃକ୍ତି ନ ଥିବା ପୁଲିସ ସୂଚନା ଦେଇଛି।

Uttar Pradesh Crime Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe