Advertisment

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ୨ ଶୁଟରଙ୍କ ସମେତ ୪ ଗିରଫ

ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ୍ ଲୋକେସନ୍‌କୁ ଚିହ୍ନଟ କରି ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା।

Nithin Fauj, Rohit Rathore and Udham

Nithin Fauj, Rohit Rathore and Udham

Advertisment

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି ଘଟଣାରା ପୂର୍ବରୁ ଆଉ ଜଣଙ୍କୁ ଗିରଫ କରାଯାଇଥିଲା। 

Advertisment

ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଶୁଟର। ସେମାନଙ୍କ ନାଁ ରୋହିତ ରାଠୋର ଓ ନିତିନ ଫୌଜି। ଅନ୍ୟ ଜଣଙ୍କ ନାଁ ଉଧାମ। ତେବେ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଉଧାମଙ୍କର କ’ଣ ଭୂମିକା ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ସେ ଦିଗରେ ଅଧିକ ତଦନ୍ତ ଜାରି ରଖିଛି।

ରୋହିତ ଓ ଉଧାମଙ୍କୁ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଦିଲ୍ଲୀ ନେଇ ଯାଇଥିବା ବେଳେ ନିତିନ ଫୌଜି ରାଜସ୍ଥାନ ପୁଲିସ୍ ହେପାଜତରେ ଅଛି। ସେମାନଙ୍କ ସଂପର୍କରେ ସୂଚନା ଦେବାକୁ ପୁଲିସ୍ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

Advertisment

ପୁଲିସ୍‌ର ସୂଚନା ଅନୁସାରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସେମାନଙ୍କ ବନ୍ଧୁକ ଗୁଡ଼ିକୁ ଲୁଚାଇ ଦେଇ ହରିୟାଣାର ହିସାର ପଳାଇଥିଲେ। ତା’ପରେ ସେମାନେ ହିମାଚଳ ପ୍ରଦେଶର ମନାଲି ଯାଇଥିଲେ। ସେଠାରୁ ସେମାନେ ଚଣ୍ଡିଗଡ଼ ଯାଇଥିଲା। ଜଣ୍ଡିଗଡ଼ରେ ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ୍ ଲୋକେସନ୍‌କୁ ଚିହ୍ନଟ କରି ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା।

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ଗତ ୫ ତାରିଖରେ ରାଜସ୍ଥାନରେ ଜୟପୁରରେ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କୁ ହତ୍ୟା କରାଯିବାର ପ୍ରାୟ ଘଣ୍ଟାଏ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡ଼ିତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ତା’ ନିର୍ଦ୍ଦେଶରେ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରାଯାଇଥିବା ସେ ସୋଶାଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲା।

ପୁଲିସ୍ କହିଛି, ଦୁଇ ଶୁଟର ରୋହିତ ରାଠୋର ଓ ନିତିନ ଫୌଜୀ ଫେରାର ରହିଥିବା ବେଳେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରର ଘନିଷ୍ଠ ସହଯୋଗୀ ବୀରେନ୍ଦ୍ର ଚହନ ଓ ଦନାରାମଙ୍କ ସହିତ ଫୋନ୍‌ରେ ଯୋଗାଯୋଗରେ ରହିଥିଲେ।

ରୋହିତ ରାଠୋର, ନିତିନ ଫୌଜି ଓ ଉଧାମଙ୍କୁ ଗିରଫ କରାଯିବା ପୂର୍ବରୁ ଗତକାଲି ଜୟପୁର ପୁଲିସ୍ କହିଥିଲା ଯେ ଏହି ମାମଲାରେ ରାମବୀର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ସେ ତା’ ସାଙ୍ଗ ନିତିନ ଫୌଜୀ ପାଇଁ ପୂର୍ବପ୍ରସ୍ତୁତି କରିଥିଲେ।

Rashtriya Rajput Karni Sena Sukhdev Singh Gogamedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe