Advertisment

ନିର୍ବାଚନ ପରେ ହଠାତ୍‌ ବନ୍ଦ ହୋଇଗଲା ୪ ଟିଭି ଚ୍ୟାନେଲ

ରାଜ୍ୟରେ କ୍ଷମତାସୀନ ଏନଡିଏ ଚ୍ୟାନେଲଗୁଡ଼ିକ ବ୍ଲକ କରି ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ୱାଇଏସ୍‌ କଂଗ୍ରେସର ସାଂସଦ ଏନ ନିରଞ୍ଜନ ରେଡ୍ଡୀ।

Cable

Cable

Advertisment

ଆନ୍ଧ୍ର ପ୍ରଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନଶେଷ ହେବା ପରଠାରୁ ହଠାତ୍‌ ବିଭିନ୍ନ ସ୍ଥାନରେ ଏକାଧିକ ନ୍ୟୁଜ ଚ୍ୟାନେଲ ବନ୍ଦ ହୋଇ ଯାଇଛି। ଲୋକମାନେ ଏବେ ଆଉ ଉକ୍ତ ଚ୍ୟାନେଲଗୁଡ଼ିକୁ ଦେଖିପାରୁ ନାହାନ୍ତି।

Advertisment

ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିବା ବେଳେ ରାଜ୍ୟରେ କ୍ଷମତାସୀନ ଏନଡିଏ ଚ୍ୟାନେଲଗୁଡ଼ିକ ବ୍ଲକ କରି ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ୱାଇଏସ୍‌ କଂଗ୍ରେସର ସାଂସଦ ଏନ ନିରଞ୍ଜନ ରେଡ୍ଡୀ।

ରାଜ୍ୟରେ ବିଭିନ୍ନ ଖବର ପ୍ରସାରଣ କରୁଥିବା ଟିଭି ୮, ଏନଟିଭି, ୧୦ଟିଭି ଓ ସାକ୍ଷୀ ଟିଭିକୁ ରାଜ୍ୟରେ କ୍ଷମତାସୀନ ଟିଡିପି, ବିଜେପି ଓ ଜନସେନା ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ୱାଇଏସ୍‌ଆର କଂଗ୍ରେସର ରାଜ୍ୟସଭା ସାଂସଦ ରେଡ୍ଡୀ ଏନେଇ Telecom Regulatory Authority of India (Trai)ରେ ଅଭିଯୋଗ କରିଛନ୍ତି।

Advertisment

ଗୋଟିଏ ଚିଠିରେ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶ କେବଲ ଟିଭି ଅପରେଟର୍ସ ଆସୋସିଏନ ଏହି ୪ ଚ୍ୟାନେଲର ପ୍ରସାରଣ ବନ୍ଦ କରି ଦେଇଛନ୍ତି। ଏପରି କରିବାକୁ ରାଜ୍ୟରେ କ୍ଷମତାସୀନ ଟିଡିପି ନେତୃତ୍ୱାଧୀନ ସରକାର ନିର୍ଦ୍ଦେଶ ଦେଇଥିଲେ।

ଟିଭି ୯, ୧୦ଟିଭି, ଏନଟିଭି ଓ ସାକ୍ଷୀ ଟିଭିକୁ ବିନା କୌଣସି ଆଇନଗତ ନୋଟିସ କିମ୍ବା କାରଣ ସମ୍ପର୍କରେ ଅବଗତ କରାଯାଇ ନଥିଲା। ତଥାପି ନିର୍ବାଚନ ପରଠାରୁ ପର୍ଯ୍ୟାୟକ୍ରମେ ଚ୍ୟାନେଲଗୁଡ଼ିକ ଅଫ ଏୟାର କରି ଦିଆଯାଇଥିବା ସେ କହିଛନ୍ତି।

ଗୋଦାବରୀ ରିଜିନରେ କେବୁଲ ଟିଭି ସର୍ଭିସ ପ୍ରୋଭାଡର ଭାବେ କାମ କରୁଥିବା ଗୋଟିଏ ସଂସ୍ଥା ମଧ୍ୟ ଉପରୋକ୍ତ ୪ ଚ୍ୟାନେଲକୁ ବ୍ଲକ କରାଯାଇଥିବା ଖବରକୁ ନିଶ୍ଚିତ କରିଛି। ପ୍ରାୟ ୩୦୦ ଜଣଙ୍କ ଘରକୁ କେବୁଲ ଟିଭି ସଂଯୋଗ କରିଥିବା ଏହି ସଂସ୍ଥାର କହିବା କଥା ଏନ ଚନ୍ଦ୍ରବାବୁ ନାଇଡୁ ଶପଥ ନେବା ପୂର୍ବରୁ ହିଁ ବ୍ଲକ ଆରମ୍ଭ ହୋଇଥିଲା। ନିର୍ବାଚନ ସରିବା କ୍ଷଣି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସଂସ୍ଥା ସ୍ପଷ୍ଟ କରିଛି।

Andhra Pradesh TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe