Advertisment

ମହରମରେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 4 ମୃତ,10 ଆହତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 4 ମୃତ। ମହରମ ପଦଯାତ୍ରା ସମୟରେ ଝାଡଖଣ୍ଡର ବୋକରୋ ଜିଲ୍ଲାରେ ଏହି ଅଘଟଣ ଘଟିଛି।

Muharram Procession

Muharram Procession

Advertisment

ମହରମରେ ଅଘଟଣ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 4 ମୃତ। ମହରମ ପଦଯାତ୍ରା ସମୟରେ ଝାଡଖଣ୍ଡର ବୋକରୋ ଜିଲ୍ଲାରେ ଏହି ଅଘଟଣ ଘଟିଛି। ଧାର୍ମିକ ପତାକା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ 3 ଜଣ ଅବସ୍ଥା ଗୁରୁତର ଥିବା ସୂଚନା। 

Advertisment

ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ 80 କିଲୋମିଟର ଦୂରରେ ଥିବା ପେତରୱାର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଖେଟକୋ ଗ୍ରାମରେ ମହରମ ପଦଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା। ଏହିସମୟରେ ଲୁହା ରଡ୍ ସଂଯୋଗ କରୁଥିବା ଧାର୍ମିକ ପତାକା 11,000 ଭୋଲ୍ଟର ହାଇ-ଟେନସନ୍ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ପଦଯାତ୍ରାକାରୀଙ୍କ ମୃତ୍ୟୁ ଘଟିଛି।  ପୋଲିସ୍ ସୂଚନା ଅନୁସାରେ ଆଜି(ଶନିବାର) 6ଟା ସମୟରେ ଏହି ଅଘଟଣ ଘଟିଛି।

ଆଜି ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ମହରମ୍ ପର୍ବ। ବେଶ୍ ନିଷ୍ଠାନ ସହ ଏହି ପର୍ବକୁ ପାଳନ କରିଥାନ୍ତି ଇସଲାମୀୟ ଧର୍ମାବଲମ୍ବୀ। ଏହି ପର୍ବରେ ଏକ ତାଜିଆ ଶୋଭାଯାତ୍ରା ବାହାରେ। ଏହି ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଝାଡଖଣ୍ଡରେ ଅଘଟଣ ଘଟିଛି। 

Advertisment
Muharram Muharram Procession Jharkhand Muharram News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe