Accident
ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ନେଲ୍ଲିକୁପ୍ପାମ ନିକଟସ୍ଥ ପଟ୍ଟମ୍ବକ୍କମରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି।
ଗୋଟିଏ ବସ୍ କୁଡ୍ଡାଲୋରରୁ ପନରୁତି ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି କୁଡ୍ଡାଲୋର ଅଭିମୁଖେ ଯାଉଥିଲା। ଗୋଟିଏ ବସ୍ର ଆଗ ଚକ ଫାଟି ଯିବାରୁ ତାହା ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଅନ୍ୟ ବସ୍ ସହିତ ତା’ର ମୁହାଁମୁହିଁ ଧକ୍କା ହୋଇଥିଲା।
ସେହି ରାସ୍ତାରେ ଯାଉଥିବା ଲୋକେ ଆହତମାନଙ୍କୁ ଉଦ୍ଧାର କରି କୁଡ୍ଡାଲୋର ଡାକ୍ତରଖାନାକୁ ପଠାଇଥିଲେ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1687166103.jpg)