Advertisment

ଦୁଇ ବସ୍ ମଧ୍ୟରେ ଧକ୍କା: ୪ ମୃତ, ୭୦ ଆହତ

ଗୋଟିଏ ବସ୍‌ର ଚକା ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Accident

Accident

Advertisment

ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର ନେଲ୍ଲିକୁପ୍ପାମ ନିକଟସ୍ଥ ପଟ୍ଟମ୍ବକ୍କମରେ ଦୁଇଟି ଘରୋଇ ବସ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି।

Advertisment

ଗୋଟିଏ ବସ୍ କୁଡ୍ଡାଲୋରରୁ ପନରୁତି ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି କୁଡ୍ଡାଲୋର ଅଭିମୁଖେ ଯାଉଥିଲା। ଗୋଟିଏ ବସ୍‌ର ଆଗ ଚକ ଫାଟି ଯିବାରୁ ତାହା ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଅନ୍ୟ ବସ୍ ସହିତ ତା’ର ମୁହାଁମୁହିଁ ଧକ୍କା ହୋଇଥିଲା।

ସେହି ରାସ୍ତାରେ ଯାଉଥିବା ଲୋକେ ଆହତମାନଙ୍କୁ ଉଦ୍ଧାର କରି କୁଡ୍ଡାଲୋର ଡାକ୍ତରଖାନାକୁ ପଠାଇଥିଲେ।

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି।

Road Accident Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe