Rescue Operation Underway
ଶ୍ରୀନଗରର ଝେଲମ ନଦୀରେ ଗଙ୍ଗା ବୁଡିବା ଘଟଣାରେ ୪ ମୃତ। ବହୁ ସମୟ ଖୋଜାଖୋଜି ପରେ ୭ ଜଣଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଚିକିତ୍ସାଧୀନ ଅଛନ୍ତି।
ଉଦ୍ଧାର ବ୍ୟକ୍ତିମାନଙ୍କୁ ମୁଜାଫର ଜାର୍ଗର ସ୍ଥିତ SMHS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।
ଆଜି ସକାଳେ ଝେଲମ ନଦୀରେ ହଠାତ୍ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ଯାଇଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ଡଙ୍ଗାରେ ୧୦ରୁ ୧୨ ଜଣ ସ୍କୁଲ୍ ଛାତ୍ରଛାତ୍ରୀ ମଧ୍ୟ ଥିଲେ। ଖବର ପାଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳୟ ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ ଜଳ ସ୍ତର ବୃଦ୍ଧି ପାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us