Advertisment

ପ୍ରକୃତିର ତାଣ୍ଡବ: ବାଦଲ ଫାଟିଲା, ପାଣି ମାଡ଼ି ଆସିଲା, ଭୂସ୍ଖଳନ ପରେ ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ

ଘର ଭୁଶୁଡ଼ିବା ଯୋଗୁ ୨ ଜଣ ଓ ଅଚନକ ବନ୍ୟା ଯୋଗୁ ଆଉ ୨ ଜଣ ଡୋଡାରେ ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଠାରେ ବାଦଲ ଫଟା ବର୍ଷା ଯୋଗୁ କିଛି ଲୋକ ନିଖୋଜ ହୋଇଯାଇଥିବା ଖବର ମଧ୍ୟ ମିଳିଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ନଦୀ କୂଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Jammu

Jammu

ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଓ ପାହାଡ଼ରୁ କାଦୁଆ ମିଶା ବନ୍ୟା ପାଣି ମାଡ଼ି ଆସିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜମ୍ମୁର ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ଅଚାନକ ବନ୍ୟା ୪ ଜଣଙ୍କ ଜୀବନ ନେଇଥିବା ବେଳେ ଅନେକ ଘରକୁ ମାଟିରେ ମିଶାଇ ଦେଇଛି।

Advertisment

ଘର ଭୁଶୁଡ଼ିବା ଯୋଗୁ ୨ ଜଣ ଓ ଅଚନକ ବନ୍ୟା ଯୋଗୁ ଆଉ ୨ ଜଣ ଡୋଡାରେ ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଠାରେ ବାଦଲ ଫଟା ବର୍ଷା ଯୋଗୁ କିଛି ଲୋକ ନିଖୋଜ ହୋଇଯାଇଥିବା ଖବର ମଧ୍ୟ ମିଳିଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ନଦୀ କୂଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

ପ୍ରବଳ ବର୍ଷା, ଭୂସ୍ଖଳନ ଓ ଜାତୀୟ ରାଜପଥ ଧୋଇ ଯିବା ସହ ରାସ୍ତା କଡ଼ ପାହାଡ଼ରୁ ବଡ଼ବଡ଼ ପଥର ଖଣ୍ଡ ଖସିବାରେ ଲାଗିଛି। ଏଥିଯୋଗୁ ଏନଏଚ ୨୪୪ ଅର୍ଥାତ ଡୋଡା ଓ କିସ୍ତୱାର ମଧ୍ୟରେ ଯୋଗାଯୋଗ ସମ୍ପୂଣ୍ଣ ବନ୍ଦ ରହିଛି। ଏହାବାଦ ବୈଷ୍ଣୋ ଦେବୀ ଧର୍ମପୀଠକୁ ସଂଯୋଗ କରୁଥିବା ରାସ୍ତାରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ପ୍ରଶାସନ ପକ୍ଷରୁ ସ୍ଥିତିକୁ ଦୃଷ୍ଟିରେ ରଖି ବୈଷ୍ଣୋ ଦେବୀ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ପ୍ରଶାସନ କହିଛି ଯେ ଅଧକୱାରି ଅନ୍ତର୍ଗତ ଇନ୍ଦ୍ରପ୍ରସ୍ଥ ଭୋଜନାୟଳୟ ନିକଟରେ ଗୋଟିଏ ଭୂସ୍ଖଳନ ହୋଇଛି। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ଧର୍ମପୀଠର ବୋର୍ଡ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ ପ୍ରଦେଶର ଅନେକ ଅଞ୍ଚଳର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ସେ ନିଜ ଶ୍ରୀନଗରରୁ ବିମାନ ଯୋଗେ ଜମ୍ମୁ ଯାଇ ସ୍ଥିତିର ସମୀକ୍ଷା କରିବେ ବୋଲି କହିଛନ୍ତି। ଏଥିସହ ସେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ବିଭାଗକୁ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଲଗାଣ ବର୍ଷା ଯୋଗୁ ତାୱି ଓ ରବି ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ପ୍ରଖର ସ୍ରୋତ ଏବେ ତଳିଆ ଅଞ୍ଚଳରେ ପ୍ରବେଶ କରୁଛି। କଠୁଆ ଠାରେ ରବି ନଦୀ ଏକାଧିକ ସ୍ଥାନରେ ବିପଦ ସଙ୍କେତ ପାର କରିଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରି ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

କଶ୍ମୀର ଉପତ୍ୟକାକୁ କିସ୍ତୱାର ଜିଲ୍ଲାକୁ ସଂଯୋଗ କରୁଥିବା ସିନ୍ଥାନ ଟପ ପାସ୍‌ ବନ୍ଦ ରହିଛି। ରାମବନ ଜିଲ୍ଲାରେ ପାହାଡ଼ ଧସିବାରୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଜୋଜିଲା ପାସ୍‌ରେ ପ୍ରବଳ ତୁଷାର ପାତ ହେବାରୁ ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଯାତାୟାତ ହୋଇପାରୁନି।

Jammu Kashmir Flash Flood