Advertisment

ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ଚାଲିଗଲା ୪ ଜଣଙ୍କ ଜୀବନ

ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ। କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ।

chamber

chamber

Advertisment

ପୁଣେର ବାରାମତୀ ତହସିଲରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଥିବା ବ୍ରିଟିଶ ଅମଳର ଗୋଟିଏ ଡ୍ରେନେଜ ଚ୍ୟାମ୍ବର ସଫା କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ଚ୍ୟାମ୍ବରଟି ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ରହିଥିଲା। ପ୍ରଥମେ ଏହା ମଧ୍ୟରେ ରହିଥିବା ଗୋବର ଓ ପାଣିକୁ କାଢ଼ିବା ପାଇଁ ପ୍ରବୀଣ ଅତୋଲେ ଯାଇଥିଲେ।

Advertisment

କିନ୍ତୁ ସେ ସଫା କରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ। ସେ ମୋଟର ପାଇପ ସଫା କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ପ୍ରବୀଣଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ଗ୍ୟାମ୍ବର ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ଅଚେତ ହୋଇ ଯାଇଥିଲେ। ଆଉ ଦୁଇ ଜଣ କିଛି ନ ବୁଝିପାରି ପୁଣି ଭିତରକୁ ଯାଇଥିଲେ। ସେମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏପରି ଭାବେ ୪ ଜଣ ଚ୍ୟାମ୍ବର ମଧ୍ୟରେ ଶ୍ୱାସରୁଦ୍ଧ ଯୋଗୁ ପ୍ରାଣ ହରାଇଥିବା ପୁଲିସ୍‌ କହିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଚ୍ୟାମ୍ବର ମଧ୍ୟରେ ଥିବା ପାଣିରେ ମଧ୍ୟରେ ବୁଡ଼ି ସମସ୍ତଙ୍କର ମୃତ୍ୟୁ ହୋଇଛି। ପ୍ରବୀଣ, ତାଙ୍କ ବାପା ଭାନୁଦାସ, ଦୁଇ ସହଯୋଗୀ ପ୍ରକାଶ ସୋପାନ ଓ ବାବାସାହେବ ଗାଭାହନେ ପ୍ରାଣ ହରାଇଛନ୍ତି। ଚ୍ୟାମ୍ବରଟି ଗୋବର ଓ ପାଣି ଦ୍ୱାରା ଭର୍ତ୍ତି ହୋଇ ରହିଥିବାରୁ ଏହାକୁ ସଫା କରିବା ପାଇଁ ପ୍ରବୀଣ ଓ ତାଙ୍କ ବାପା ଯାଇଥିଲେ। ଚ୍ୟାମ୍ବରରେ ଲାଗିଥିବା ମୋଟର ପମ୍ପରେ କିଛି ଜିନିଷ ଲାଗି ଯାଇଥିବାରୁ ଏଥିରୁ ପାଣି ନିଷ୍କାସିତ ହେଉ ନଥିଲା। ଏହାକୁ କାଢ଼ିବା ପାଇଁ ଚେଷ୍ଟା କଲାବେଳେ ପୂରା ଘଟଣା ଘଟିଛି।

Advertisment

ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଚ୍ୟାମ୍ବର ମଧ୍ୟରୁ ୪ ଜଣଙ୍କୁ ବାହାର କରି ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା।

Maharashtra Suffocation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe