Advertisment

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲା; ୪ ଡାକ୍ତରୀ ଛାତ୍ର ଗିରଫ

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି।

NEET- Exam

NEET- Exam

Advertisment

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏହି ୪ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ ଅନନ୍ତ, କୁମାର ସାନୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ର କରଣ ଜୈନ। ଏହି ୪ ଛାତ୍ରଙ୍କୁ ପଚରାଉଚରା ପରେ ସିବିଆଇ ଗିରଫ କରିଛି ।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ -ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗର ସିବିଆଇ ଏବେ ତଦନ୍ତ କରୁଛି। ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଟିଏ ୱେବସାଇଟରେ ସଂପୂର୍ଣ୍ଣ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ।

Advertisment

ପିଲାଙ୍କ ପରିଚୟ ଗୋପନ ରଖିବାକୁ କୁହାଯାଇଛି। ଯଦି ବହୁମାତ୍ରାରେ ଅନିୟମିତତା ହୋଇଥିବା ଏହି ରେଜଲ୍ଟରୁ ଜଣାପଡ଼ିବ, ତାହେଲେ ପୁଣି ପରୀକ୍ଷା ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି।

ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ଲାଗି ରହିଥିବା ବିବାଦ ଥମିବା ନାଁ ଧରୁନି । ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା, କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବା ଏବଂ କିଛି ରାଜ୍ୟର ପିଲା ନିର୍ଦ୍ଦିଷ୍ଟ ଏକ ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଏହାକୁ ନେଇ ପ୍ରଶ୍ନପତ୍ର ଲିକ୍ ସହ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ଥିଲା। ବିବାଦ ତୀବ୍ର ହେବା ପରେ ଜାତୀୟ ପରୀକ୍ଷା ସଂସ୍ଥା(NTA) ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।

ସିବିଆଇ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। ଏହି ଦିନ ମଧ୍ୟ ବିହାର ପେପର୍ ଲିକ୍ ମାମଲାର କିଙ୍ଗପିନ୍ ରକିକୁ ଗିରଫ କରିଥିବା ସିବିଆଇ।

NEET UG 2024 Row Arrest NEET UG Question Leak CBI NEET UG Exam 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe