Advertisment

୩୫ ଘଣ୍ଟା ଧରି ଟନେଲରେ ଫସି ରହିବା ପରେ ଉଦ୍ଧାର ହେଲେ ୪ ଶ୍ରମିକ, ଏବେ ବି ୪୭ ନିଖୋଜ

ଏବେ ବି ଅନେକ ସ୍କୁଲ ପିଲାଙ୍କ ସମେତ ମୋଟ ୪୭ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ଏହାବାଦ ଆଜି କ୍ଷତିଗ୍ରସ୍ତ ଅଞ୍ଚଳରୁ ଆଉ ୨ ଜଣଙ୍କ ମୃତଦେହ ମିଳିଛି।

Tunnel

Tunnel

Advertisment

ଦୀର୍ଘ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଜୀବନମରଣ ସହ ଟନେଲ ମଧ୍ୟରେ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶର ମଲାନା ହାଇଡ୍ରୋ ବିଜୁଳି ପ୍ରକଳ୍ପର ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ଡ୍ୟାମର ଟନେଲ ମଧ୍ୟରେ ଫସି ରହିଥିଲେ।

Advertisment

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ଅଚାନକ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଡ୍ୟାମ ଅଞ୍ଚଳ ମଧ୍ୟ ଏଥିରେ ପ୍ରଭାବିତ ହେବାରୁ ପ୍ରକଳ୍ପ ପାଇଁ କାମ କରୁଥିବା ୪ ଜଣ ଶ୍ରମିକ ଟନେଲ ମଧ୍ୟରେ ଫସି ଯାଇଥିଲେ।

ସେମାନଙ୍କୁ ଏବେ ଉଦ୍ଧାର କରାଯାଇଛି। ଏବେ ବି ଅନେକ ସ୍କୁଲ ପିଲାଙ୍କ ସମେତ ମୋଟ ୪୭ ଜଣ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ଏହାବାଦ ଆଜି କ୍ଷତିଗ୍ରସ୍ତ ଅଞ୍ଚଳରୁ ଆଉ ୨ ଜଣଙ୍କ ମୃତଦେହ ମିଳିଛି।

Advertisment

ବୁଧବାର ଅଚାନକ ବନ୍ୟା ଯୋଗୁ ଡ୍ୟାମର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ପ୍ରାୟ ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତଥାପି ୪ ଜଣ ଶ୍ରମିକ ଟନେକ ଭିତରେ ଫସି ରହି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ସ୍ଥାନୀୟ ପୁଲିସ୍‌ ଦୌଡ଼ି ଦ୍ୱାରା ଟନେଲ ପାଖରେ ପହଞ୍ଚିଥିଲେ। ଏହାପରେ ସୌରଭ ଶର୍ମା, ବିଜୟ କୁମାର ବିଶାଲ ଓ ଡୋଲା ସିଂହଙ୍କୁ ଉଦ୍ଧାର କରାଯାଇଛି।

ବୁଧବାର ରାତିରେ ହିମାଚଳ ପ୍ରଦେଶର ତିନୋଟି ଜିଲ୍ଲା କୁଲୁ, ମଣ୍ଡି ଓ ଶିମଲାରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍‌ ବନ୍ୟା ଆସିଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଫସି ରହିଥିଲେ।

ସେମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଲୋକଙ୍କୁ ଇତି ମଧ୍ୟରେ ଉଦ୍ଧାର କରାଯାଇ ସରିଛି। ତଥାପି ପ୍ରାୟ ୪୭ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

Tunnel Tragedy Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe