Advertisment

ଟ୍ରାକ୍ଟରରେ ମନ୍ଦିର ଯାଉଥିଲେ ପରିବାର ସଦସ୍ୟ; ଓଲଟିବାରୁ ଚାଲିଗଲା ୪ ଜୀବନ

ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ନାବାଳକ ଓ ୨ ମହିଳା ଅଛନ୍ତି। ଏ

author-image
Niharika Rout
Accident

Accident

ନିଜ ପିଲାର ମୁଣ୍ଡନ ନିମନ୍ତେ ହସଖୁସିରେ ମନ୍ଦିରକୁ ଯାଉଥିଲେ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ । ସେମାନେ ଏକ ଟ୍ରାକ୍ଟର ଡାଲାରେ ବସି ଯାଉଥିଲେ ମନ୍ଦିର । ମାତ୍ର ମନ୍ଦିରରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ଅଧାରେ ରହିଗଲା ମୁଣ୍ଡନ କାର୍ଯ୍ୟକ୍ରମ । ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ନାବାଳକ ଓ ୨ ମହିଳା ଅଛନ୍ତି। ଏପରି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଶୟୋପୁରରେ ଘଟିଛି।

Advertisment

ଶୟୋପୁରର ଖିରଖଇରା ଗାଁର ଭୁର ସିଂ ମାଲିଙ୍କ ପୁଅର ମୁଣ୍ଡନ ଶ୍ୟାମପୁରସ୍ଥିତ ଟୋଡି ମନ୍ଦିରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ୨ଟି ଟ୍ରାକ୍ଟରରେ ମନ୍ଦିର ଅଭିମୁଖେ ବାହାରିଥିଲେ। ମାତ୍ର ଚମ୍ବଲ ନହର ରୋଡ ଅତିକ୍ରମ କରୁଥିବା ବେଳେ ଏକ ଟ୍ରାକ୍ଟର ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ଟ୍ରାକ୍ଟର ତଳୁ ୪ ମୃତଦେହ ଉଦ୍ଧାର ହୋଇଥିଲା। ସେମାନଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ଅଛନ୍ତି। ଏଥିସହ ଟ୍ରାକ୍ଟରରେ ଥିବା ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

Advertisment

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Accident Madhya Pradesh