Advertisment

IndiGo: ଇଣ୍ଡିଗୋ ଅଚଳାବସ୍ଥା: ୪ ଫ୍ଲାଇଟ ଇନସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ

ଅଚଳାବସ୍ଥାର ସମ୍ମୁଖୀନ ହୋଇଥିବା ଇଣ୍ଡିଗୋର ସୁରକ୍ଷା ଓ ଅପରେସନାଲ ଦାୟିତ୍ୱର ତଦାରଖ କରୁଥିବା ୪ ଜଣ ବିମାନ ଇନସପେକ୍ଟରଙ୍କୁ ଡିଜିସିଏ(DGCA) ବହିଷ୍କାର କରିଛି। ଏୟାର ଲାଇନର ଯାଞ୍ଚ ଓ ମନିଟରିଂରେ ଏମାନେ ଅବହେଲା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Hemant Lenka
Indigo

ଇଣ୍ଡିଗୋ

ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋରେ ଦେଖାଯାଇଥିବା ଅଚଳାବସ୍ଥାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଅଚଳାବସ୍ଥାର ସମ୍ମୁଖୀନ ହୋଇଥିବା ଇଣ୍ଡିଗୋର ସୁରକ୍ଷା ଓ ଅପରେସନାଲ ଦାୟିତ୍ୱର ତଦାରଖ କରୁଥିବା ୪ ଜଣ ବିମାନ ଇନସପେକ୍ଟରଙ୍କୁ ଡିଜିସିଏ(DGCA) ବହିଷ୍କାର କରିଛି। ଏୟାର ଲାଇନର ଯାଞ୍ଚ ଓ ମନିଟରିଂରେ ଏମାନେ ଅବହେଲା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

କଡ଼ା ସୁରକ୍ଷା ନିୟମ ଯୋଗୁ ଇଣ୍ଡିଗୋ(Indigo)ରେ ଅଚଳାବସ୍ଥା ଦେଖାଯାଇଥିଲା। ଏଥିଯୋଗୁ କମ୍ପାନୀ ପକ୍ଷରୁ ହଜାର ହଜାର ବିମାନକୁ ବାତିଲ କରାଯାଇଥିଲା। ସାରା ଦେଶରେ ଇଣ୍ଡିଗୋ ବିମାନ ସେବା ପ୍ରଭାବିତ ହୋଇଥିଲା। ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଡିସେମ୍ବର ୫ରେ ସବୁଠାରୁ ଅଧିକ ବିଭ୍ରାଟ ଦେଖାଯାଇଥିଲା। ଏହାପରେ ଧୀରେଧୀରେ ଏଥିରେ ସୁଧାର ଆସିଥିଲା। ମଙ୍ଗଳବାର କମ୍ପାନୀ ପକ୍ଷରୁ ସେବାରେ ସ୍ଥିରତା ଆସିଛି ଓ ସବୁ କିଛି ସ୍ୱାଭାବିକ ହୋଇଥିବା ଘୋଷଣା କରାଯାଇଛି। ତେବେ କାର୍ଯ୍ୟରେ ଅବହେଲା ପାଇଁ ଆଜି ଡିଜିସିଏ ୪ ଜଣ ଇନସପେକ୍ଟରଙ୍କୁ ବିଦା କରିଛି। 

Advertisment

ସୂତ୍ର ଅନୁସାରେ, ଡିଜିସିଏ ଗୁରୁଗ୍ରାମରେ ଥିବା କମ୍ପାନୀର କାର୍ଯ୍ୟାଳୟରେ ୨ଟି ଟିମ ନିୟୋଜିତ କରିଛି। ଏମାନେ କ୍ରୁ ବ୍ୟବହାର ଓ ଫେରସ୍ତ ସମେତ ବିଭିନ୍ନ କାର୍ଯ୍ୟ ତଦାରଖ କରିବେ। ଯାଞ୍ଚ ଟିମ ସନ୍ଧ୍ୟା ୬ଟା ସୁଦ୍ଧା ଉପଯୁକ୍ତ ଅଧିକାରୀଙ୍କୁ ଦୈନିକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ପାଇଛନ୍ତି।

ପ୍ରଥମ ଟିମ ମୋଟ ଉଡ଼ାଣ, ପାଇଲଟ୍ କ୍ଷମତା, କ୍ରୁ ବ୍ୟବହାର (ଘଣ୍ଟାରେ), ତାଲିମାଧୀନ କ୍ରୁ, ଡ୍ୟୁଟି ଆବଣ୍ଟନ, ହଠାତ ଛୁଟି, ଷ୍ଟାଣ୍ଡବାଏ କ୍ରୁ, ପ୍ରତିଦିନ ଉଡ଼ାଣ ଓ କ୍ରୁ ଅଭାବ ଯୋଗୁ ପ୍ରଭାବିତ ହେଉଥିବା କ୍ଷେତ୍ରଗୁଡ଼ିକର ମୋଟ ସଂଖ୍ୟା ଆଦି ଦିଗଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ଏୟାରଲାଇନ୍ସର ପୂରେ ଅପରେସନ ନେଟୱାର୍କ ଉପରେ ଟିମ ନଜର ରଖିଛି। 

ଦ୍ଵିତୀୟ ଟିମ ସଙ୍କଟ ଯୋଗୁ ସୃଷ୍ଟ ହୋଇଥିବା ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରୁଛି। ଏହା ମଧ୍ୟରେ  ରିଫଣ୍ଡ ସ୍ଥିତି (ଏୟାରଲାଇନ୍ସର ଶେଷ ଏବଂ ୱେବସାଇଟ୍/ଏଜେଣ୍ଟ), CAR ଅନୁସାରେ ଯାତ୍ରୀମାନଙ୍କୁ କ୍ଷତିପୂରଣ, କାର୍ଯ୍ୟଦକ୍ଷତା, ହଜିଯାଇଥିବା ସାମଗ୍ରୀ ଫେରସ୍ତ ଓ ବିଭିନ୍ନ ବିମାନର ବାତିଲ ସ୍ଥିତି ଅନ୍ତର୍ଭୁକ୍ତ। 

DGCA Indigo