Advertisment

ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ

ଇସ୍ରାଏଲରେ ଏବେ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଛି। ତେଣୁ ଭାରତୀୟମାନେ ସତର୍କ ରୁହନ୍ତୁ ଓ ଦୂତାବାସରେ ନିଜର ପଞ୍ଜୀକରଣ କରନ୍ତୁ।

Gaza

Gaza

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ। ଇସ୍ରାଏଲର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୋମା ଓ ରକେଠ ମାଡ଼ରେ ଛିନଛତ୍ର ହୋଇଛି, ହେଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗାଜା ଓ ୱେଷ୍ଟ ବ୍ୟାଙ୍କର ଏକାଧିକ ଅଞ୍ଚଳ।

Advertisment

ଏବେ ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ୧୬ ଜଣ ଭାରତୀୟ ଫସି ରହିଛନ୍ତି। ସେମାନଙ୍କ ଅବସ୍ଥା କେମିତି ଅଛି, ତା’ର ଖବର ମଧ୍ୟ କାହା ପାଖରେ ନାହିଁ। ଯଦି ସେମାନେ ସହଯୋଗ ମାଗନ୍ତି, ତା’ହେଲେ ଭାରତ ସରକାର ସେଠାରୁ ସେମାନଙ୍କୁ ଆଣିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେ ବୋଲି ଆଜି କହିଛନ୍ତି।

ଆଜି ଠାରୁ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଅଜୟ ଆରମ୍ଭ କରାଯାଉଛି। ଆଜି ଭାରତରୁ ଗୋଟିଏ ବିମାନ ତେଲ ଅଭିଭ ଯିବ। ସେଠାରୁ ପ୍ରଥମ ଦଫାରେ ୨୩୦ ଜଣ ଭାରତୀୟଙ୍କୁ ଧରି ଆସନ୍ତାକାଲି ସ୍ୱଦେଶ ଫେରିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି।

Advertisment

ଏହି ସମୟରେ ସେ କହିଛନ୍ତି ଯେ ଭାରତ ସରକାର ଇସ୍ରାଏଲ ଓ ଗାଜାରେ ଫସିଥିବା ସବୁ ଭାରତୀୟଙ୍କୁ ସହାୟତା କରାଯିବ। ଗାଜା ଓ ୱେଷ୍ଟ ବ୍ୟାଙ୍କରୁ ଏଯାଏ କୌଣସି ଭାରତୀୟ ସହାୟତା ମାଗି ନାହାନ୍ତି।

ୱେଷ୍ଟ ବ୍ୟାଙ୍କରେ ପ୍ରାୟ ୧୨ ଜଣ ଭାରତୀୟ ଓ ଗାଜାରେ ସମ୍ଭବତଃ ୩ରୁ ୪ ଜଣ ଭାରତୀୟ ରହିଛନ୍ତି। ଯଦି ସେମାନେ ସହାୟତା ପାଇଁ ଅନୁରୋଧ କରିବେ, ତା’ହେଲେ ଆମେ ସହଯୋଗ ଯୋଗାଇ ଦେବୁ। କିନ୍ତୁ ଏଯାଏ ସେମାନଙ୍କ ଠାରୁ କୌଣସି ପ୍ରକାରର ସହାୟତା ଅନୁରୋଧ ଆସିନାହିଁ ବୋଲି ସେ କହିଛନ୍ତି।

ତାଙ୍କ କହିବା କଥା ଯେ ଇସ୍ରାଏଲରେ ଏବେ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଛି। ତେଣୁ ଭାରତୀୟମାନେ ସତର୍କ ରୁହନ୍ତୁ ଓ ଦୂତାବାସରେ ନିଜର ପଞ୍ଜୀକରଣ କରନ୍ତୁ।

Israel Israel Declares War Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe