Advertisment

ଭୁଶୁଡ଼ି ପଡ଼ିଲା ଚାଉଳ ମିଲ ଛାତ, ଚାଲିଗଲା ୪ ଜଣଙ୍କ ଜୀବନ

ସୋମବାର ଶିବଶକ୍ତି ରାଇସ୍‌ ମିଲରେ ୨୦୦ ଜଣ ଶ୍ରମିକ କାମ କରୁଥିଲେ। କାମ ସରିବା ପରେ ସମସ୍ତେ ମିଲ୍‌ ଭିତରେ ହିଁ ଶୋଇ ପଡ଼ିଥିଲେ।

author-image
Hemant Lenka
 rice mill collapses

rice mill collapses

ହରିଆଣର କର୍ଣ୍ଣାଲ ଅନ୍ତର୍ଗତ ତାରାଓରି ସହରରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଚାଉଳ ମିଲ୍‌ର ଛାତ ଭୁଶୁଡ଼ି ପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ମଧ୍ୟ କୁହାଯାଉଛି।

Advertisment

ସୋମବାର ଶିବଶକ୍ତି ରାଇସ୍‌ ମିଲରେ ୨୦୦ ଜଣ ଶ୍ରମିକ କାମ କରୁଥିଲେ। କାମ ସରିବା ପରେ ସମସ୍ତେ ମିଲ୍‌ ଭିତରେ ହିଁ ଶୋଇ ପଡ଼ିଥିଲେ। ତେବେ ମଙ୍ଗଳବାର ଭୋର ୩.୦୫ରେ ହଠାତ୍‌ ମିଲ୍‌ର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅଧିକାଂଶ ଶ୍ରମିକ ଏହା ତଳେ ଚାପି ହୋଇଯାଇଥିଲେ। ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଅନ୍ୟ ଶ୍ରମିକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଖବର ପାଇ ପୁଲିସ୍‌ ସହ ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଧ୍ୱଂସାବଶେଷ ତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ୨୦ ଜଣ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏବେ ବି ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି।

Advertisment

କର୍ଣ୍ଣାଲ ଏସ୍‌ପି ଶଶାଙ୍କ କୁମାର ସାୱନ କହିଛନ୍ତି, ମିଲ୍‌ରେ ଅଧିକାଂଶ ପ୍ରବାସୀ ଶ୍ରମିକ ରହିଥିଲେ। ଏଯାଏ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଶ୍ରମିକଙ୍କ ପତ୍ତା ମିଳିନି। ତେଣୁ ସେମାନେ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ବିସ୍ତୃତ ତଥ୍ୟ ଦିଆଯିବ। ସେହିପରି କ’ଣ ପାଇଁ ହଠାତ୍‌ ରାଇସ ମିଲ୍‌ର ଛାତ ଭୁଶୁଡ଼ିଲା, ସେ ବିଷୟରେ ଏସ୍‌ପି ଶଶାଙ୍କ କିଛି କହି ନାହାନ୍ତି।

Haryana News Rice Mill