Advertisment

Train Accident: ୪ ଜଣଙ୍କୁ ଦଳି ଦେଲା ଦ୍ରୁତଗାମୀ ଟ୍ରେନ

ନିୟମ ଅନୁସାରେ ସେମାନେ ପ୍ଲାଟଫର୍ମ ପଟେ ଥିବା ଦ୍ୱାରରେ ଓହ୍ଲାଇବା କଥା। କିନ୍ତୁ କିଛି ଯାତ୍ରୀ ପ୍ଲାଟଫର୍ମ ୪ରେ ଅଟକି ଥିବା ଟ୍ରେନର ଟ୍ରାକ ପଟେ ଥିବା ଦ୍ୱାର ଦେଇ ଓହ୍ଲାଇଥିଲେ।

author-image
Hemant Lenka
Rail

ଘଟଣାସ୍ଥଳର ଦୃଶ୍ୟ

ଉତ୍ତର ପ୍ରଦେଶ(Uttar Pradesh)ର ମିର୍ଜାପୁରରେ ବଡ଼ ଅଘଟଣ। ରେଳ ଧାରଣା ପାର କରୁଥିବା ବେଳେ ୪ ଜଣଙ୍କୁ ଦଳି ଦେଇଛି ଗୋଟିଏ ଦ୍ରୁତଗାମୀ ଟ୍ରେନ। ଚୁନାର ରେଳ ଷ୍ଟେସନରେ ପୂରା ଘଟଣା ଘଟିଛି। ଏଠାରେ ଗୋଟିଏ ଟ୍ରେନ ଅଟକିବା ପରେ କିଛି ଯାତ୍ରୀ ପ୍ଲାଟଫର୍ମର ବିପରୀତ ଦିଗରେ ଓହ୍ଲାଥିଲେ। ଏହି ସମୟରେ ଉକ୍ତ ଟ୍ରାକ୍‌ରେ ଆସୁଥିବା ଦ୍ରୁତଗାମୀ ଟ୍ରେନ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ସକାଳ ୯.୩୦ରେ ଘଟିଥିବା ଏହି ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। 

Advertisment

ମୃତ ଯାତ୍ରୀମାନେ ଚୋପାନ-ପ୍ରୟାଗରାଜ ଏକ୍ସପ୍ରେସରେ ଯାତ୍ରା କରି ଚୁନାର ଷ୍ଟେସନରେ ପହଞ୍ଚିଥିଲେ। ନିୟମ ଅନୁସାରେ ସେମାନେ ପ୍ଲାଟଫର୍ମ ପଟେ ଥିବା ଦ୍ୱାରରେ ଓହ୍ଲାଇବା କଥା। କିନ୍ତୁ କିଛି ଯାତ୍ରୀ ପ୍ଲାଟଫର୍ମ ୪ରେ ଅଟକି ଥିବା ଟ୍ରେନର ଟ୍ରାକ ପଟେ ଥିବା ଦ୍ୱାର ଦେଇ ଓହ୍ଲାଇଥିଲେ। ଏହି ସମୟରେ ଉକ୍ତ ଟ୍ରାକରେ ବିପରୀତ ଦିଗରୁ କାଲକା-ହାୱଡା ନେତାଜୀ ଏକ୍ସପ୍ରେସ ଆସୁଥିଲା।

ଏ ସମ୍ପର୍କରେ କିନ୍ତୁ ଯାତ୍ରୀମାନେ ଜାଣି ପାରି ନଥିଲେ। ସେ ଟ୍ରାକରେ ଓହ୍ଲାଇ ଚାଲିଚାଲି ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment

ଦୁର୍ଘଟଣା(Train Accident)ରେ ୪ ଜଣ ପ୍ରାଣ ହରାଇଥିବା ରେଳ ବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ରେଳ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତ୍ୱର ସହ ନେଇ ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି।

ଘଟଣା ପରେ ପୂରା ଷ୍ଟେସନରେ ଧାଁଦୌଡ଼ ସ୍ଥିତି ଦେଖିବାକୁ ମିଳିଥିଲା। ବିପୁଳ ସଂଖ୍ୟାରେ ପୁଲିସ୍‌ ଓ ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ସମସ୍ତଙ୍କ ପ୍ରୟାସରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଘଟଣା ଯୋଗୁ ବେଶ କିଛି ସମୟ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ମଧ୍ୟାହ୍ନ ସମୟରେ ସ୍ଥିତି ସ୍ୱାଭାବିକ ହୋଇଛି। 

Uttar Pradesh Train Accident