/odisha-reporter/media/media_files/2026/02/05/blast-2026-02-05-18-04-38.jpg)
ଘଟଣା ସ୍ଥଳର ଦୃଶ୍ୟ
ମେଘାଳୟର ପୂର୍ବ ଜୈଣ୍ଟିଆ ପାହାଡ଼ ଜିଲ୍ଲାର ଗୋଟିଏ ଗାଁରେ ଥିବା ବେଆଇନ ଖଣି ଖାଦାନ(Coal Mine)ରେ ଭୟଙ୍କର ବିସ୍ଫୋରଣ। ଏଥିଯୋଗୁ ଖଣି ଖାଦାନରେ ଫସି ଯାଇଥିଲେ ଏକାଧିକ ଶ୍ରମିକ। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ଯୋଗୁ ୧୬ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ସେହିପରି ଅନେକ ଶ୍ରମିକ ଖଣି ଖାଦାନ ମଧ୍ୟରେ ଫସି ରହିଥିବା ହୋଇଥିବା ଗୁରୁବାର ପୁଲିସ୍ କହିଛି।
ଘଟଣାଟି ଥାଙ୍ଗସ୍କୁ ଅଞ୍ଚଳରେ ଘଟିଛି। ଘଟଣା ସମ୍ପର୍କରେ ପୁଲିସ୍ ଖବର ପାଇବା ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ବା ଏସଡିଆରଏଫର ସହାୟତା ଲୋଡ଼ିଛି। ବର୍ତ୍ତମାନ ସୁଦ୍ଧା ଖଣି ଖାଦାନରୁ ୧୬ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସ କହିବା କଥା ଯେ ଅନୁମତି ନଥାଇ ଗାଁ ନିକଟରେ ଥିବା ଖଣିରେ କାମ ଚାଲିଥିଲା। କୋଇଲା ଉତ୍ତୋଳନ ଚାଲିଥିବା ବେଳେ ବିସ୍ଫୋରଣ ଯୋଗୁ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିଯୋଗୁ ଏତେ ବଡ଼ ଘଟଣା ଘଟିଛି।
୨୦୧୪ରୁ ମେଘାଳୟରେ ମୂଷା ଗାତ କୋଲ ମାଇନିଂ ଓ ଅନ୍ୟ ଅଣ ବିଜ୍ଞାନ ଭିତ୍ତିକ ଖଣି ଖନନ ଉପରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ରୋକ ଲଗାଇଛନ୍ତି। ପରିବେଶ ଓ ସୁରକ୍ଷା ଜନିତ ଚିନ୍ତା କାରଣରୁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି କୋଇଲା ଚାଲାଣ ଉପରେ ମଧ୍ୟ କଟକଣା ଲଗାଯାଇଛି। ତଥାପି ବେଆଇନ ଖଣି ଖନନ ସ୍ଥାନୀୟ ଅଞ୍ଚଳରେ ବନ୍ଦ ହୋଇ ନାହିଁ।
ମୂଷା ଗାତ ମାଇନିଂ ସାଧାଣତଃ ଅଣ ଓସାରିଆ ଟନେଲକୁ ଖୋଳି କରାଯାଏ। ଏହା ଉଚ୍ଚତା ପ୍ରାୟ ୩ରୁ ୪ ଫୁଟ। ଏହା ମଧ୍ୟରେ ଶ୍ରମିକମାନେ ବିପଦଜନକ ଅବସ୍ଥାରେ ପ୍ରବେଶ କରି ଖଣି ଖନନ କରନ୍ତି। ଏଥିରେ ଗୋଟିଏ ସମୟରେ ଜଣେ ହିଁ ପଶି ପାରିବାର ସୁବିଧା ରହିଥାଏ।
୨୦୧୪ରେ ଜାତୀୟ ଗ୍ରୀନ ଟ୍ୟୁବନାଲ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ ଓ କେବଳ ବିଜ୍ଞାଭିତ୍ତିକ ଖଣି ଖନନକୁ ଅନୁମତି ଦେଇଥିଲେ। ହେଲେ ମେଘାଳୟରେ ନିୟମିତ ଭାବେ ବେଆଇନ ଖଣି ଖନନ ଜାରି ରହିଛି। ଏବେ ଏଥିଯୋଗୁ ଏତେ ବଡ଼ ଅଘଟଣ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
