Advertisment

ମହାରାଷ୍ଟ୍ରରେ ଏନକାଉଣ୍ଟର, ୪ ନକ୍ସଲ ନିପାତ

ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାରେ ଏନକାଉଣ୍ଟରର।

Representative Image

Representative Image

Advertisment

ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାରେ ପୁଲିସର ଏନକାଉଣ୍ଟରର। ଏଥିରେ ଚାରି ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ଦେଇଛି ପୁଲିସ। ନିପାତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର।  

Advertisment

ଗଢ଼ଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଢ଼ଚିରୋଲିରେ ପ୍ରବେଶ କରିଥିଲେ। ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା। 

୬୦ ଜଣ କମାଣ୍ଡ, ଗଢ଼ଚିରୋଲିର ଏକ ସ୍ୱତନ୍ତ୍ର ୟୁନିଟ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କୁଇକ୍ ଆକ୍ସନ୍ ଟିମକୁ ସେଠାକୁ ପଠାଯାଇଥିଲା।ଆଜି ସକାଳେ ରେପାନପାଲୀ ନିକଟ କୋଲାମାର୍କା ପର୍ବତରେ କମାଣ୍ଡ ଟିମ୍ ଖୋଜାଖୋଜି କରୁଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ କମାଣ୍ଡମାନଙ୍କ ପାଲଟା ଗୁଳିମାଡ଼ରେ ଚାରି ଜଣ ନକ୍ସଲ ନିପାତ ହୋଇଛନ୍ତି।।

Advertisment

ଗୁଳିବିନିମୟ ଥମିବା ପରେ ସେଠାରୁ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ମୃତ ନକ୍ସଲମାନେ ଭର୍ଗୀଶ, ମଗ୍ଟୁ, କୁରସଙ୍ଗ ରାଜୁ ଏବଂ କୁଡିମେଟା ଭେଙ୍କଟେଶ ବୋଲି ପୁଲିସ କହିଛି। ସେମାନଙ୍କଠାରୁ AK-୪୭ ବନ୍ଧୁକ, କାର୍ବାଇନ୍, ଦୁଇଟି ପିସ୍ତଲ ସମେତ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ମଧ୍ୟ ଜବତ ହୋଇଛି। 

Maharashtra Police Police Maoists Encounter Encounter Maoists Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe