ସମୁଦ୍ର ତଟରେ ମସ୍ତି କରୁଥିଲେ ପୂରା ପରିବାର । ମାତ୍ର ହଠାତ୍ ଖୁସିର ମାହୋଲ କାନ୍ଦ ବୋବାଳିରେ ଫାଟି ପଡ଼ିଲା। ମାଡ଼ି ଆସିଲା ସମୁଦ୍ର ଜୁଆର। ଭାସିଗଲେ ଗୋଟିଏ ପରିବାରର ୪ ଜଣ । ଏପରି ଏକ ଅଘଟଣ ଗତକାଲି ଗୁଜରାଟରେ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ୪ ପରିବାର ସଦସ୍ୟଙ୍କ ପତ୍ତା ମିଳି ପାରିନି।
ଗୁଜରାଟର ନବସାରି ଜିଲ୍ଲାର ଦାଣ୍ଡି ସମୁଦ୍ର କୂଳରେ ରବିବାର ଏକ ପରିବାରର ୭ ସଦସ୍ୟ ମଜାମସ୍ତି କରୁଥିଲେ। ଉକ୍ତ ସମୟରେ ଆସିଥିବା ଏକ ବିରାଟ ଢେଉରେ ଦେଖୁଦେଖୁ ପରିବାରର ସମସ୍ତେ ଭାସିଗଲେ। ଉକ୍ତ ସମୟରେ ସମୁଦ୍ର କୂଳରେ ଥିବା ଲାଇଫ୍ ଗାର୍ଡ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣଙ୍କ ପତ୍ତା ମିଳୁନି।
Also Read
ସ୍ଥାନୀୟ ଦମକଳ କେନ୍ଦ୍ର କର୍ମଚାରୀ ଓ ପୁଲିସ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନେଇ ନବସାରୀର ଡେପୁଟି କଲେକ୍ଟର କହିଛନ୍ତି, ସମୁଦ୍ରରେ ଭାସି ଯାଉଥିବା ଏକ ପରିବାରର ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ ଜଣଙ୍କ ପତ୍ତା ମିଳୁନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।