Advertisment

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଢେଉ, ଭାସିଗଲେ ପରିବାରର ୪ ସଦସ୍ୟ

ସମୁଦ୍ର କୂଳରେ ଏକ ପରିବାରର ୭ ସଦସ୍ୟ ମଜାମସ୍ତି କରୁଥିଲେ। ଉକ୍ତ ସମୟରେ ଆସିଥିବା ଏକ ବିରାଟ ଢେଉରେ ଦେଖୁଦେଖୁ ପରିବାରର ସମସ୍ତେ ଭାସିଗଲେ।

Sea Beach

Sea Beach

Advertisment

ସମୁଦ୍ର ତଟରେ ମସ୍ତି କରୁଥିଲେ ପୂରା ପରିବାର । ମାତ୍ର ହଠାତ୍‌ ଖୁସିର ମାହୋଲ କାନ୍ଦ ବୋବାଳିରେ ଫାଟି ପଡ଼ିଲା। ମାଡ଼ି ଆସିଲା ସମୁଦ୍ର ଜୁଆର। ଭାସିଗଲେ ଗୋଟିଏ ପରିବାରର ୪ ଜଣ । ଏପରି ଏକ ଅଘଟଣ ଗତକାଲି ଗୁଜରାଟରେ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ୪ ପରିବାର ସଦସ୍ୟଙ୍କ ପତ୍ତା ମିଳି ପାରିନି।

Advertisment

ଗୁଜରାଟର ନବସାରି ଜିଲ୍ଲାର ଦାଣ୍ଡି ସମୁଦ୍ର କୂଳରେ ରବିବାର ଏକ ପରିବାରର ୭ ସଦସ୍ୟ ମଜାମସ୍ତି କରୁଥିଲେ। ଉକ୍ତ ସମୟରେ ଆସିଥିବା ଏକ ବିରାଟ ଢେଉରେ ଦେଖୁଦେଖୁ ପରିବାରର ସମସ୍ତେ ଭାସିଗଲେ। ଉକ୍ତ ସମୟରେ ସମୁଦ୍ର କୂଳରେ ଥିବା ଲାଇଫ୍‌ ଗାର୍ଡ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣଙ୍କ ପତ୍ତା ମିଳୁନି।

ସ୍ଥାନୀୟ ଦମକଳ କେନ୍ଦ୍ର କର୍ମଚାରୀ ଓ ପୁଲିସ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନେଇ ନବସାରୀର ଡେପୁଟି କଲେକ୍ଟର କହିଛନ୍ତି, ସମୁଦ୍ରରେ ଭାସି ଯାଉଥିବା ଏକ ପରିବାରର ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ ଜଣଙ୍କ ପତ୍ତା ମିଳୁନି।

Advertisment
Gujarat Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe