Advertisment

ଗଙ୍ଗା ଦଶହରାରେ ଅଘଟଣ: ଓଲଟିଲ ଯାତ୍ରୀବାହୀ ଡଙ୍ଗା, ୪ ନିଖୋଜ

ଡଙ୍ଗାରେ ୧୭ ଜଣ ଥିଲେ। ୧୧ ଜଣ ପହଁରି କୂଳକୁ ଆସିଥିବା ବେଳେ ୪ ଜଣ ଏବେବି ନିଖୋଜ ଅଛନ୍ତି।

boat sinks in river

boat sinks in river

Advertisment

ଗଙ୍ଗ ଦଶହରାରେ ଘଟିଲା ବଡ ଅଘଟଣା। ବିହାରରେ ଗଙ୍ଗ ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଏଠାକାର ଉମାନାଥ ଗଙ୍ଗା ଘାଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିଛି। ୪ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି।

Advertisment

ଆଜି ଗଙ୍ଗା ଦଶହରା ଅବସରରେ ଲକୋ ଗଙ୍ଗା ନଦୀରେ ବୁଡ ପକାଇବା ପାଇଁ ଯାଉଥିଲେ। ଡଙ୍ଗାରେ ୧୭ ଜଣ ଥିଲେ। ତେବେ ନଦୀରେ ଜଳ ପ୍ରବାହ ବଢ଼ିବା ଯୋଗୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହୋଇଥିଲା। ୧୧ ଜଣ ପହଁରି କୂଳକୁ ଆସିଥିବା ବେଳେ ୪ ଜଣ ଏବେବି ନିଖୋଜ ଅଛନ୍ତି।

ସେପଟେ ସୂଚନା ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନଦୀରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ତଲାସି ଜାରି ରହିଛି। କିନ୍ତୁ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳିନାହିଁ। ଦୁର୍ଘଟଣାର ଖବର ପାଇବା ପରେ ନିଖୋଜ ଲୋକଙ୍କ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି। ଲୋକମାନେ ନଦୀ କୂଳରେ ଏକାଠି ହୋଇ ନିଜ ପରିଜନଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି।

Advertisment

କହିରଖୁ ଯେ, ଗଙ୍ଗା ଦଶହରା ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗ ସ୍ନାନ କରିବା ପାଇଁ ଆସନ୍ତି। ବିହାର ବାଡ଼ ଅଞ୍ଚଳରେ ଥିବା ଉମାନାଥ ଘାଟରେ ମଧ୍ୟ ବୁଡ ପକାଇବା ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଗଙ୍ଗାର ଉଭୟ ପାର୍ଶ୍ୱରେ ଭକ୍ତମାନେ ଧାଡି କରିଥିଲେ। ଲୋକମାନେ ଡଙ୍ଗାରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଥିଲେ। ଏହି ସମୟରେ ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ ଯାଇଥିବା କୁହାଯାଉଛି। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।  

Bihar Boat Capsizes Ganga Dashara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe