Advertisment

କମ୍ବିଂ ବେଳେ ୩ ମହିଳାଙ୍କ ସମେତ ୪ ନକ୍ସଲ ନିହତ

ଘଟଣା ସ୍ଥଳରୁ ଆଉ କିଛି ନକ୍ସଲ ଖସି ଯାଇଥିବା ଆଶଙ୍କାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

author-image
Hemant Lenka
Naxal

Naxal

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମଧ୍ୟପ୍ରଦେଶର ବାଲାଘାଟରେ କମ୍ବିଂ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ନକ୍ସଲ। ଏମାନଙ୍କ ମଧ୍ୟରେ ୩ ଜଣ ହେଉଛନ୍ତି ମହିଳା। ସେହିପରି ଘଟଣା ସ୍ଥଳରୁ ଆଉ କିଛି ନକ୍ସଲ ଖସି ଯାଇଥିବା ଆଶଙ୍କାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Advertisment

ପଚାମା ଦାଦର ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ୍‌ ଓ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରେ କମ୍ବିଂ ଚାଲିଥିବା ବେଳେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା।

ଫଳରେ ବେଶ କିଛି ସମୟ ଧରି ସେଠାରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ମହିଳା ଓ ଜଣେ ପୁରୁଷ ନକ୍ସଲ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହ ନିକଟରୁ ଏସଏଲଆର, ହ୍ୟାଣ୍ଡ ଗ୍ରେନେଡ ଓ ରକେଟ ଲଞ୍ଚର ସମେତ ବିପୁଳ ପରିମାଣର ଗୁଳିଗୋଳା ମିଳିଛି। ସେହିପରି ଆଉ କିଛି ନକ୍ସଲ ମଧ୍ୟ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି। ସେମାନଙ୍କୁ ଧରିବାକୁ ଅପରେସନ ଜାରି ରହିଛି।

Advertisment
Naxal Attack Naxal Madhya Pradesh