Advertisment

ମା’ ଓ ଛୋଟ ପୁଅର ସୁନ୍ଦର ଭିଡିଓ, ତା’ପରେ ଟ୍ରାଜେଡି: ଜୀବନ ହାରିଲେ ପରିବାରର ୪

ପୂରା ପରିବାର ଘର ପାଖରେ ଥିବା ପାଣି ଟାଙ୍କିକୁ ଡେଇଁ ପଡ଼ି ଜୀବନ ହାରିଛନ୍ତି।

ଅଦ୍ୟତନ ହୋଇଛି
Son

Son

Advertisment

କବିତା ନିଜର କୁନି ସାନ ପୁଅ ରାମଦେବକୁ ଝିଅ ପିଲାଙ୍କ ସଜ କରିଥିଲେ। ତା’ ମୁଣ୍ଡରେ ଝିଅଙ୍କ ଭଳି ଓଢ଼ଣୀ ପକାଇଥିଲେ। ଆଖିରେ କଳା ଲଗାଇ ଦେବା ସେ ନିଜର ସୁନା ଅଳଙ୍କାରକୁ ମଧ୍ୟ ତା’କୁ ପିନ୍ଧାଇଥିଲେ। ଏହାର ସୁନ୍ଦର ଭିଡିଓ ବି ରେକର୍ଡ କରିଥିଲେ। ବାସ୍‌ ଏହା ପରେ ପୂରା ପରିବାର ଘର ପାଖରେ ଥିବା ପାଣି ଟାଙ୍କିକୁ ଡେଇଁ ପଡ଼ି ଜୀବନ ହାରିଛନ୍ତି। ରାଜସ୍ଥାନର ବାରମେରରୁ ଏପରି ଘଟଣା ସାମ୍ନାକୁ ଆସିଛି। ପାଣିକୁ ଡେଇଁ ପଡ଼ିବାରୁ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ମୃତକମାନେ ହେଲେ ୩୫ ବର୍ଷୀୟ ଶିବଲାଲ ମେଘୱାଲ, ତାଙ୍କ ୩୨ ବର୍ଷୀୟ ପତ୍ନୀ କବିତା ଓ ସେମାନଙ୍କର ଦୁଇ ପୁଅ ବଜରଙ୍ଗ(୯) ଓ ରାମଦେବ(୮)। ସମସ୍ତଙ୍କ ମୃତଦେହକୁ ଘର ଠାରୁ ୨୦ ମିଟର ଦୂରରେ ଥିବା ପାଣି ଟାଙ୍କି ମଧ୍ୟରୁ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ଘଟଣାର କାରଣ ଖୋଜିବା ଆରମ୍ଭ କରିଛି।

ପୂରା ଘଟଣା କ’ଣ?

ପୁଲିସ୍‌ର କହିବା କଥା ଯେ ପୂରା ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା। ବୁଧବାର ସକାଳ ସମ୍ପର୍କୀୟଙ୍କ ଉପସ୍ଥିତିରେ ମୃତଦେହକୁ ପାଣି ଟାଙ୍କି ମଧ୍ୟରୁ ବାହାର କରାଯାଇଛି। ଡିଏସ୍‌ପି ମନରାମ ଗର୍ଗ କହିଛନ୍ତି ଯେ ଶିବଲାଲଙ୍କ ସାନ ଭାଇ ତାଙ୍କୁ ଫୋନ କରି କୌଣସି ଉତ୍ତର ନ ପାଇବାରୁ ଜଣେ ପଡ଼ୋଶୀଙ୍କୁ ଖବର ନେବାକୁ କହିଥିଲେ। ପଡ଼ୋଶୀ ମଧ୍ୟ ମେଘୱାଲ ପରିବାର ସମ୍ପର୍କରେ ସୂଚନା ନ ପାଇବାରୁ ସ୍ଥାନୀୟ ପୁଲିସ୍‌ ପାଖରେ ଖବର ପହଞ୍ଚିଥିଲା।

Advertisment

ସୁଇସାଇଡ ନୋଟ

ଶିବଲାଲଙ୍କ ଘରୁ ଗୋଟିଏ ହାତ ଲେଖା ଚିଠି ପୁଲିସ ଜବତ କରିଛି। ଏଥିରେ ଶିବଲାଲଙ୍କ ହାତ ଲେଖା ରହିଛି। ଏହା ଜୁନ ୨୯ ତାରିଖରେ ଲେଖାଯାଇଥିଲା। ପୂରା ପରିବାର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି। ଏହି ୩ ଜଣଙ୍କ ମଧ୍ୟ ଶିବଲାଲଙ୍କ ସାନ ଭାଇଙ୍କ ନାଁ ମଧ୍ୟ ରହିଛି। ପରିବାର ମଧ୍ୟରେ ଦୀର୍ଘ ବର୍ଷର ବିବାଦ ଓ ସମ୍ପତ୍ତି ଭାଗ ବଣ୍ଟାର ତିକ୍ତତା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି। ଚିଠିରେ ଶିବଲାଲ ସମସ୍ତଙ୍କ ଅନ୍ତିମ ସଂସ୍କାର ଏକାଠି ସେମାନଙ୍କ ଘର ସାମ୍ନାରେ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

କ’ଣ କହିଲେ କବିତାଙ୍କ ଦାଦା?

କବିତାଙ୍କ ଦାଦାଙ୍କ କହିବା କଥା ଯେ ଶିବପାଲ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଣ୍ଠିରେ ଗୋଟିଏ ସ୍ୱତନ୍ତ୍ର ଘର ତିଆରି କରିବାକୁ ଚାହୁଁଥିଲେ। କିନ୍ତୁ ଘର ତିଆରିକୁ ତାଙ୍କ ମା’ ଓ ସାନ ଭାଇ ବିରୋଧ କରିବା ସହ ଜାଗା ଛାଡ଼ୁ ନଥିଲେ। ଉଭୟଙ୍କ ନାଁ ଅଭିଯୁକ୍ତ ଭାବେ ସୁଇସାଇଡ ନୋଟରେ ଶିବଲାଲ ଉଲ୍ଲେଖ କରିଛନ୍ତି। ସେମାନେ ତାଙ୍କୁ ବାରମ୍ବାର ହଇରାଣ କରିବାରୁ ଶିବଲାଲ ଜୁନ ୨୯ରେ ବାଧ୍ୟ ହୋଇ ସୁଇସାଇଡ ନୋଟ ଲେଖିଥିଲେ।

ଘଟଣା ଦିନ ପରିବାରର ସଦସ୍ୟମାନେ ଘରେ ନଥିଲେ। ଶିବଲାଲଙ୍କ ମା’ ତାଙ୍କ ଭାଇଙ୍କୁ ଦେଖା କରିବାକୁ ବାରମେର ଯାଇଥିଲେ। ସେହିପରି ତାଙ୍କ ବାପା ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ପାଇଥିଲେ। ଘରେ କେହି ନଥିବାରୁ କବିତା ଓ ଶିବଲାଲ ନିଜର ଫୋନକୁ ବନ୍ଦ କରି ଦେବା ସହ ଦୁଇ ପିଲାଙ୍କୁ ଧରି ଆତ୍ମହତ୍ୟା କରିଛନ୍ତି।

Suicide Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe