Advertisment

ଦୀପାବଳି ପୂର୍ବରୁ ଅଘଟଣ, ବାଣ ଗୋଦାମ ବିସ୍ଫୋରଣରେ 4 ମୃତ

ତାମିଲନାଡୁ ନାଗାପାଟ୍ଟିଣମର ଏକ ବାଣ ଗୋଦାମରେ ବିସ୍ଫୋରଣ। 4 ଜଣ ଶ୍ରମିକଙ୍କ ମୃତ୍ୟୁ...

author-image
Debibandita Barick
Representative Image

Representative Image

ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଅଘଟଣ। ତାମିଲନାଡୁ ନାଗାପାଟ୍ଟିଣମର ଏକ ଗୋଦାମରେ ବିସ୍ଫୋରଣ ଘଟି 4 ଜଣଙ୍କ ମୃତ୍ୟୁ। ଏକାଧିକ ଆହତ ହୋଇଥିବା ସୂଚନା। 

Advertisment

ପୁଲିସର ସୂଚନାନୁସାରେ, ଦୀପାବଳିକୁ ମାତ୍ର ଗୋଟିଏ ମାସ ବାକି ଥିବାରୁ଼ ଅଞ୍ଚଳର କର୍ମଚାରୀମାନେ ବାଣ ପ୍ରସ୍ତୁତରେ ଲାଗିପଡିଛନ୍ତି। କିନ୍ତୁ ସାମାନ୍ୟ ଅସାବଧାନତା କାରଣରୁ ଅଘଟଣ ଘଟିଯାଉଛି। ନାଗାପାଟ୍ଟିଣମର ଏକ ବାଣ ଗୋଦାମରେ ବିସ୍ଫୋରଣ କାରଣରୁ 4 ଜଣଙ୍କ ମୃତ୍ୟୁ ହୋଇଛି। 

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ 100 ମିଟର ଦୂରରେ ପଡିଛି। ଫଳରେ ମୃତକଙ୍କ ପରିଚୟ ମିଳିପାରୁ ନାହିଁ। ଘଟଣା ସମୟରେ କାରଖାନା ଭିତରେ 8 ଜଣ ଶ୍ରମିକ କାମ କରୁଥିଲେ। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପୁଲିସ କହିଛି।

Advertisment

ପୁଲିସ ଆହୁରି କହିଛି, 2008 ପରଠାରୁ ଏଠାରେ ବାଣ କାରଖାନା ଚାଲିଆସୁଛି। 2023ରୁ 2026 ପର୍ଯ୍ୟନ୍ତ ବାଣ ତିଆରି ପାଇଁ ଲାଇସେସ୍ସ ମିଳିଥିଲା। ବିସ୍ଫୋରକ ପାଉଡର ମିଶ୍ରଣ ସମୟରେ ଏପରି ଏକ ଅଘଟଣ ଘଟିଥିବା ଅନୁମାନ କରାଯାଉଛି ବୋଲି ପୁଲିସ କହିଛି। 

Explosion In Firecracker Factory Firecracker Factory Blast Explosion News