/odisha-reporter/media/post_attachments/uploadimage/library/16_9/16_9_0/Accident_1735987180.jpg)
Accident
ଜମ୍ମୁ ଓ କଶ୍ମୀରର ବାନ୍ଦିପୁର ଜିଲ୍ଲାର ଏସ୍କେ ପୟେନ ଅଞ୍ଚଳରେ ଆଜି ସେନାର ଏକ ଟ୍ରକ୍ ଘାଟି ତଳକୁ ଖସି ପଡ଼ିବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପାହାଡ଼ ଉପରେ ବୁଲାଣି ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସ୍ଥିର ଅଛି। ଘଟଣାସ୍ଥଳରେ ସେନାର ଯବାନ ଓ ପୁଲିସ କର୍ମଚାରୀ ପହଞ୍ଚି ତଦାରଖ କରିଛନ୍ତି।
ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଗାଡ଼ି ପ୍ରାୟ ୩୫୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିଲେ।
ତା’ ପୂର୍ବରୁ ନଭେମ୍ବର ୪ ତାରିଖରେ ରଜୌରୀ ଜିଲ୍ଲାରେ ସେନାର ଏକ ଗାଡ଼ି ଖାଇକୁ ଖସି ପଡ଼ିବାରୁ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
