Advertisment

ବାୟୁସେନାର ଏୟାର ଶୋ' ବେଳେ ଅଘଟଣ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ସେହିପରି ୨୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Chennai aIr Show

Chennai aIr Show

Advertisment

ଭାରତୀୟ ବାୟୁସେନାର ଏୟାର ଶୋ' ବେଳେ ଅଘଟଣ। ଟଳି ପଡ଼ିଲେ ଶୋ' ଦେଖିବାକୁ ଆସିଥିବା ୫ ପର୍ଯ୍ୟଟକ। ରବିବାର ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଚେନ୍ନାଇର ମରିନା ବିଚ୍‌ରେ ଏୟାର ଶୋ' ଆୟୋଜନ ହୋଇଥିଲା। ତେବେ ଶୋ' ଦେଖିବାକୁ ଆସିଥିବା ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି।

Advertisment

ରବିବାର ବାୟୁସେନାର ଏୟାର ଶୋ' ଦେଖିବାକୁ ଚେନ୍ନାଇର ମରିନା ବିଚ୍‌ରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଥିଲେ। ଏହି ସମୟରେ ପ୍ରବଳ ଗୁଳୁଗୁଳୁ ଗରମ ହେଉଥିଲା। ଡିହାଇଡ୍ରେସନ ଯୋଗୁ ଗତକାଲି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୨ ଜଣ ଆଖି ବୁଜିଛନ୍ତି। ସେହିପରି ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହିଟ୍‌ ଷ୍ଟ୍ରୋକ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମରିନା ବିଚ୍‌ରେ ଏକତ୍ରିତ ହୋଇଥିବା ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ।

Advertisment

ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ଶୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇଥିଳା। ଏହା ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏଥିପାଇଁ ସକାଳ ୮ ଟା ସୁଦ୍ଧା ହଜାର ହଜାର ଲୋକ ପ୍ରବଳ ଖରାରେ ଏକାଠି ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅନେକ ବୟସ୍କ ବ୍ୟକ୍ତି ପ୍ରବଳ ଗରମ ହେତୁ ଚେତାଶୂନ୍ୟ ହୋଇପଡିଥିଲେ।

ଏଭଳି ସମୟରେ ଭିଡ଼କୁ ଦେଖି ନିକଟସ୍ଥ ପାଣି ବିକ୍ରେତାଙ୍କୁ ହଟାଇ ଦିଆଯାଇଥିଲା, ଯେଉଁ କାରଣରୁ ଉପସ୍ଥିତ ଲୋକମାନେ ପାନୀୟ ଜଳ ପାଇ ପାରିନଥିଲେ। ଶୋ’ ଶେଷ ହେବା ମାତ୍ରେ ବିରାଟ ସଂଖ୍ୟାରେ ଜନତା କାମାରାଜର ସାଲାଇ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ଏଥିଯୋଗୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା

ପୁଲିସ କହିବା ମୁତାବକ ମରିନା ବିଚ୍‌ ନିକଟସ୍ଥ ଲାଇଟହାଉସ ମେଟ୍ରୋ ଷ୍ଟେସନ ନିକଟରେ ଲୋକଙ୍କ ଭିଡ ଏତେ ଜମିଥିଲା ଯେ, ପାଦ ପକାଇବାକୁ ମଧ୍ୟ ଜାଗ ନଥିଲା। ଏହି ଘଟଣା ପରେ ଲୋକମାନେ ଯୋଜନା ଏବଂ ପ୍ରସ୍ତୁତିର ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଏୟାର ଶୋ’ରେ ସ୍ପେଶାଲ୍ ଗରୁଡ଼ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଫେଲ ସମେତ ୭୨ ଟି ବିମାନ, ଅତ୍ୟାଧୁନିକ ଭାବରେ ନିର୍ମିତ ଅତ୍ୟାଧୁନିକ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍, ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରାକାନ୍ ଏବଂ ହେରିଟେଜ୍ ବିମାନ ଡାକୋଟା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଏୟାର ଶୋ’ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଲୋକ ସମୁଦ୍ର କୂଳରେ ଏକାଠି ହୋଇଥିଲେ।

IAF Chennai Air Show Indian AirForce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe