Advertisment

ପଙ୍କଜା ମୁଣ୍ଡେ ନିର୍ବାଚନ ହାରି ଯିବାରୁ ଆତ୍ମହତ୍ୟା କଲେ ୪ ସମର୍ଥକ

ସେ ନିର୍ବାଚନ ହାରି ଯିବାରୁ ତାଙ୍କ ଦଳର ୪ ଜଣ କର୍ମୀ ମର୍ମାହତ ହୋଇ ଆତ୍ମହତ୍ୟା କରିଛନ୍ତି।

author-image
Hemant Lenka
Pankaja Munde

Pankaja Munde

ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ହାରି ଯାଇଛନ୍ତି। ସେ ନିର୍ବାଚନ ହାରି ଯିବାରୁ ତାଙ୍କ ଦଳର ୪ ଜଣ କର୍ମୀ ମର୍ମାହତ ହୋଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପଙ୍କଜା ମୁଣ୍ଡେଙ୍କ ପାଖରେ ପହଞ୍ଚିବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଜୀବନ ହରାନ୍ତୁ ନାହିଁ ବୋଲି ସମସ୍ତ ସମର୍ଥକଙ୍କୁ କହିଛନ୍ତି।

Advertisment

ପଙ୍କଜା ମୁଣ୍ଡେ ଆତ୍ମହତ୍ୟା କରିଥିବା ୪ କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସେ କହିଛନ୍ତି, “ମୋ କର୍ମୀମାନେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୟା କରି ଏପରି ପଦକ୍ଷେପ ନିଅନ୍ତୁ ନାହିଁ। ଦୟା କରି ନିଜର ପିଲା ଓ ପରିବାର ଲୋକଙ୍କୁ ଛାଡ଼ି ଚାଲି ଯାଆନ୍ତୁ ନାହିଁ।”

ଆତ୍ମହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରୁ ରବିବାର ଜଣଙ୍କ ଘରେ ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ ପଙ୍କଜା ମୁଣ୍ଡେ ଯୋଗ ଦେଇଥିଲେ। ସେ ଏହାର ଫଟୋ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ପଙ୍କଜା ପାଣ୍ଡେ ବିଜେପି କର୍ମୀ ପ୍ରତାପରାଓ ବୈଭାସେଙ୍କ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳୁଛି।

Advertisment

ସେ ଫଟୋ ଶେୟାର କରି ଲେଖିଛନ୍ତି, “ପ୍ରତାପ ରାଓ ଜଣେ ସକ୍ରିୟ କର୍ମୀଥିଲେ, ଯିଏ ସବୁ କାମ ପ୍ରତି ନିଷ୍ଠା ଦେଖାଉଥିଲେ। ପ୍ରକୃତରେ ସେ ଜଣେ ଯୋଦ୍ଧା। କିନ୍ତୁ ଏଭଳି ଏକ ଚରମ ପଦକ୍ଷେପ ନେଇ ସେ ନିଜ ପରିବାରକୁ ଛାଡ଼ି ଚାଲିଯିବା ଘଟଣା ମୋତେ ଆଘାତ ଦେଇଛି। ମୁଁ ସେମାନଙ୍କ ଶୋକର ଭାଗିଦାରୀ ସବୁବେଳେ ରହିବି। ନିରୀହ ପିଲା ଓ ପରିବାର ଲୋକଙ୍କୁ ସମସ୍ତ ଦାୟିତ୍ୱ ମୁଁ ନେବି। କିନ୍ତୁ ଏପରି ଦାୟିତ୍ୱ ମୋ ପାଇଁ ଗୋଟିଏ ଯନ୍ତ୍ରଣା।”

ଦଳୀୟ କର୍ମୀଙ୍କୁ ଉତ୍ସାହିତ କରି ମୁଣ୍ଡେ କହିଛନ୍ତି, “ଗୋଟିଏ ପରାଜୟରେ ଆମେ ନିରାଶ ହୋଇପାରିବା ନାହିଁ। କିନ୍ତୁ ଏପରି ଯନ୍ତ୍ରଣା ଅପୂରଣୀୟ। ଦୟା କରି ନିଜ ଜୀବନ ହରାନ୍ତୁ ନାହିଁ।

ଯେମିତି ଆପଣମାନେ ଜଣେ ସହାସୀ ନେତ୍ରୀଙ୍କୁ ଚାହୁଁଛନ୍ତି, ଠିକ ସେହିପରି ମୁଁ ମଧ୍ୟ ଜଣେ ସାହାସୀ କର୍ମୀଙ୍କୁ ଚାହୁଁଛି। ମୋ ମୋ ଲୋକଙ୍କୁ ହରାଇବାକୁ ଚାହୁଁନାହିଁ। ପରାଜୟରେ ମୁଁ ଭାଙ୍ଗି ପଡ଼ିନାହିଁ। କିନ୍ତୁ ଏପରି ଘଟଣା ମୋତେ ଦୋହଲାଇ ଦେଇଛି। ମୁଁ ଆଜି ବହୁତ କଷ୍ଟ ପାଇଛି।”

ପ୍ରତାପ ରାଓଙ୍କ ବ୍ୟତୀତ ବିଜେପିର ସଚିନ ମୁଣ୍ଡେ, ପାନଦୁରାଙ୍ଗ ସୋନୱାନେ ଓ ଗଣେଶ ବାଡେ ଆତ୍ମହତ୍ୟା କରିଛନ୍ତି। ପଙ୍କଜା ମୁଣ୍ଡେ ବୀଡ ଆସନରୁ ହାରିବା ପରେ ସେମାନେ ଜୀବନ ହାରିଛନ୍ତି। ଏହି ଆସନରେ ଶରଦ ପାୱାରଙ୍କ ଏନସିପର ବଜରଙ୍ଗ ସୋନୱାନେ ବିଜୟୀ ହୋଇଛନ୍ତି।

Maharashtra Pankaja Munde