Advertisment

ଅହମଦାବାଦ ବିମାନବନ୍ଦରରୁ ୪ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ

କିଛି ଦିନ ତଳେ ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Arrested Suspected ISIS Terrorists

Arrested Suspected ISIS Terrorists

ଗୁଜରାଟ ଅହମଦାବାଦରୁ ୪ ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ। ଆଜି ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି।

Advertisment

ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ATS। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀଲଙ୍କା ନାଗରିକ ହୋଇଥିବା କୁହାଯାଉଛି।  

ପ୍ରକାଶ ଥାଉକି, ମେ ୧୨ରେ, ଅହମଦାବାଦର ସର୍ଦ୍ଦାର ଭଲ୍ଲଭଭାଇ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ଏହା ପରେ ବିମାନବନ୍ଦରର ସୁରକ୍ଷାକର୍ମୀ ସମଗ୍ର ବିମାନବନ୍ଦରରେ ତଲାସି କରିଥିଲେ। କିନ୍ତୁ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା ବୋଲି ପୁଲିସ କମିଶନର ଜିଏସ ମଲିକ କହିଥିଲେ।

Advertisment
Suspected ISIS Terrorists Arrested Ahmedabad Airport