Advertisment

ଡବଲ୍‌ ଏନକାଉଣ୍ଟର୍‌: ୪ ଆତଙ୍କୀ ସଫା, ୨ ଯବାନ ସହିଦ

୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମୁକାବିଲା କରି ୨ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ବି କୁଲଗାମର ଉଭୟ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Encounter

Encounter

ଜମ୍ମୁ-କଶ୍ମୀର କୁଲଗାମରେ ଆଜି ଡବଲ ଏନକାଉଣ୍ଟର ହୋଇଛି। ଦୁଇଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମୁକାବିଲା କରି ୨ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ବି କୁଲଗାମର ଉଭୟ ସ୍ଥାନରେ ଗୁଳି ବିନିମୟ ଜାରି ରହିଛି।

Advertisment

ସେନା ପକ୍ଷରୁ ଦିଆଯାଇଥିବା ପ୍ରାଥମିକ ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଫ୍ରସାଲ ଅଞ୍ଚଳ ଅନ୍ତର୍ଗତ ଚାନିଗାମରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୪ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଏରିଆ କମାଣ୍ଡର ରହିଛି। ଏମାନଙ୍କ ଲିଙ୍କ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର ସହ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେହିପରି ଏଠାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି। 

ଏହାପୂର୍ବରୁ କୁଲଗାମର ମୋଡେରଗାମ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ପ୍ରଥମେ ଖବର ମିଳିଥିଲା। ଏହାପରେ ସିଆରପିଏଫ, ଆର୍ମି ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ଗାଁରେ ପହଞ୍ଚିବା ସହ କର୍ଡନ କରିଥିଲେ।

Advertisment

ଏକଥା ଆତଙ୍କବାଦୀମାନେ ଜାଣିବା ମାତ୍ରେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ବେଶ କିଛି ଘଣ୍ଟାର ଗୁଳିବିନିମୟ ମଧ୍ୟରେ ଜଣେ ଯବାନଙ୍କ ଦେହରେ ଗୁଳିମାଡ଼ ହୋଇଥିଲା।

ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେଠାରେ ୨ରୁ ୩ ଜଣ ଲସ୍କର ଲୁଚି ରହିଥିବା କୁହାଯାଉଛି। ତେଣୁ ସେଠାରେ ମଧ୍ୟ ଗୁଳି ବିନିମୟ ଏବେ ବି ଜାରି ରହିଛି।

Jammu Kashmir Encounter