stampade
ଶାଢ଼ି ବଣ୍ଟନ ବେଳେ ଦଳାଚକଟା ହୋଇ ୪ ଜଣ ମହିଳାଙ୍କ ମୃତ୍ୟୁ । ଏଥିରେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡ଼ୁର ତିରୁ ପାତୁର ଜିଲ୍ଲାରେ ଭନିୟମ୍ବାଦିରେ ଏହି ଅଘଟଣ ଘଟିଛି। ଏଠାରେ ମାଗଣାରେ ଏକ ଶାଢ଼ି ବଣ୍ଟନ କାର୍ଯ୍ୟକକ୍ରମ ଆୟୋଜନ କରାଯାଇଥିଲା। ଏହି ଶାଢ଼ି ନେବାକୁ ଶତାଧିକ ମହିଳାଙ୍କ ଭିଡ଼ ହୋଇଥିଲା। ପୁଲିସ ରିପୋର୍ଟ ଅନୁଯାୟୀ, ଏଠାରେ ଆଗକୁ ଥାଇପୋଶାମ ଉତ୍ସବ ଥିଲା। ଏହା ପୂର୍ବରୁ ଆୟପ୍ପା ନାମକ ଜଣେ ବ୍ୟକ୍ତି ମାଗଣାରେ ଶାଢ଼ି ବାଣ୍ଟିଥିଲେ। ଏହି ଶାଢ଼ି ନେବାକୁ ବହୁ ସଂଖ୍ୟାରେ ମହିଳାଙ୍କ ଭିଡ଼ ହୋଇଥିଲା ।
ଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଥିଲା। ଲୋକମାନେ ଆଗପଛ ହୋଇ ନ ପାରିବାରୁ ଠେଲାପେଲା ହୋଇ କେତେକେ ତଳେ ପଡ଼ିଯାଇଥିଲେ। ଏତେ ସଂଖ୍ୟାର ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ନ ରହିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଏହି ଦଳାଚକଟା ହୋଇ ୪ ଜଣ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ବାକି ଆହତ ୧୧ ଜଣଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ଡିସେମ୍ବର ମାସରେ ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ କମ୍ବଳ ନେବାକୁ ଆସି ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିଲା। ଅତ୍ୟଧିକ ଭିଡ଼ ହେତୁ ତିନିଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/stampade_1675519597.jpg)