Advertisment

ସ୍କୁଲରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ଛାତ୍ରୀ

ଗ୍ରାମବାସୀଙ୍କ ସହାୟତାରେ ୩୦ରୁ ଅଧିକ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ଜଣେ ଛାତ୍ରୀଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Fire in School

Fire in School

Advertisment

ସ୍କୁଲରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ଛାତ୍ରୀ। ଛତିଶଗଡ ବିଜାପୁରରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଏଠାକାର ଏକ ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯିବା କାରଣରୁ ୪ ବର୍ଷର ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି।

Advertisment

ସୂଚନା ମୁତାବକ, ନକ୍ସଲ ପ୍ରଭାବିତ ଛତିଶଗଡର ଏହି ସ୍କୁଲ ଘରଟି ବାଉଁଶରେ ନିର୍ମାଣ ହୋଇଥିଲା। ହେଲେ କୌଣସି କାରଣରୁ ହଠାତ ଏହି ଆବାସିକ ବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ଘର ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ୩୦ରୁ ଅଧିକ ଛାତ୍ରୀ ଉଦ୍ଧାର ହୋଇଥିଲେ ବି ଜଣେ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି।

ମୃତ ଛାତ୍ରୀ ଜଣକ ହେଲେ ଲିପାକ୍ଷୀ। ସେ ଉକ୍ତ ସ୍କୁଲର ଛାତ୍ରୀ ନଥିଲେ। ସେ ଗତ କିଛି ଦିନ ହେଲା ନିଜ ବଡ ଭଉଣୀ ସହ ରହୁଥିଲେ। ତାଙ୍କ ଭଉଣୀ ଏହି ସ୍କୁଲର ଛାତ୍ରୀ ଥିଲେ। ବୁଧବାର ବିଳମ୍ବିତ ରାତିରେ ଆବାପଲ୍ଲି ଥାନା ସ୍ଥିତ ଚିନ୍ତାକୋଣ୍ଟା ଗାଁରେ ଝିଅମାନଙ୍କ ପାଇଁ ଏକ ପୋର୍ଟ କ୍ୟାବିନ୍ ତିଆରି କରାଯାଇଥିଲା। ଏଠାରେ ୩୦୦ରୁ ଅଧିକ ଛାତ୍ରୀ ଥିଲେ। ଏହି ୩୦୦ ଛାତ୍ରୀଙ୍କ ମଧ୍ୟରେ ଲିପାକ୍ଷୀ ମଧ୍ୟ ଥିଲେ। ତେବେ ନିଆଁ ଲାଗିବା ବେଳେ ଲିପାକ୍ଷୀ ଶୋଇଥିଲେ।

Advertisment

ଦମକଳ ବାହିନୀର ଜଣେ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ନିଆଁକୁ ଆୟତ୍ତ କରାଯାଇଛି। ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ଜଳି ଯାଇଥିବା ମୃତଦେହ ମିଳିଛି। ଉକ୍ତ ମୃତଦେହଟି ଲିପାକ୍ଷୀର ବୋଲି କୁହାଯାଉଛି।

Chhattisgarh School Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe