Advertisment

ଘେରିଗଲେ ୧୦ କୁକୁର, ମୁକୁଳି ପାରିଲାନି ୪ ବର୍ଷୀୟା ନାବାଳିକା

ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାରକୁ ବି କେହି ଶୁଣି ପାରିଲେନି। ଶେଷରେ ବୁଲା କୁକୁରମାନେ ଝୁଣି ଝୁଣି ଏକ ୪ ବର୍ଷୀୟା ନିରୀହା ନାବାଳିକାର ଜୀବନ ନେଇଗଲେ।

Dog

Dog

Advertisment

ପ୍ରାୟ ୮ରୁ ୧୦ ବୁଲା କୁକୁର ଘେରି ଯାଇ କଲବଲ କଲେ। ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାରକୁ ବି କେହି ଶୁଣି ପାରିଲେନି। ଶେଷରେ ବୁଲା କୁକୁରମାନେ ଝୁଣି ଝୁଣି ଏକ ୪ ବର୍ଷୀୟା ନିରୀହା ନାବାଳିକାର ଜୀବନ ନେଇଗଲେ। ଏପରି ଏକ ଅଭାବନୀୟ ଘଟଣା ଗୁଜରାଟର ସୁରତରେ ଘଟିଛି।

Advertisment

ମୃତା ନାବାଳିକା ନିଜ ପିତାମାତା ଓ ୩ ଭାଇଙ୍କ ସହ ସୁରତରେ ରହୁଥିଲେ। ତାଙ୍କ ପିତାମାତା ନିକଟରେ ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିଲେ। ଘଟଣା ଦିନ ଉଭୟ ପତିପତ୍ନୀ ନିଜ କାମକୁ ଚାଲି ଯାଇଥିଲେ।

ସନ୍ଧ୍ୟା ପରେ ଫେରି ପିଲାମାନଙ୍କୁ ଖୋଜିବାରୁ ନିଜ ଝିଅକୁ ସେମାନେ ପାଇ ନ ଥିଲେ। ଏହାପରେ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରି ପାଖରେ ଥିବା ଆଖୁ କିଆରିରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଝିଅ ଶରୀର ସାରା କୁକୁର ଦାନ୍ତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ।

Advertisment

ତୁରନ୍ତ ସେମାନେ ପିଲାଟିକୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୁକୁର ପ୍ରତି ଭୟ ଦେଖାଦେଇଛି।

Gujarat Dog Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe