Advertisment

୪ ବର୍ଷର ଝିଅ ବାର୍ଡ-ଫ୍ଲୁରେ ଆକ୍ରାନ୍ତ, ଚେତାଇଲା WHO

ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

author-image
Madhupriya Mistry
Bird Flu

Bird Flu

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ-ଫ୍ଲୁ ଆତଙ୍କ ଖେଳାଇଛି। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁର ଦ୍ୱିତୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ଭାରତରେ ଚିହ୍ନଟ ହୋଇଛି ପ୍ରଥମ ମାମଲା। ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା 'ହୁ' ସୂଚନା ଦେଇଛି।

Advertisment

WHO କହିଛି ଯେ ଲଗାତର ଭାବରେ ଶ୍ୱାସକ୍ରିୟା ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହେତୁ କୁନି ଝିଅଟିକୁ ସ୍ଥାନୀୟ ଡାକ୍ତରଖାନାରେ ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାର ତିନି ମାସ ପରେ ତାକୁ ଡିସଚାର୍ଜ କରାଯାଇଛି। ତା' ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି। 

କୁନି ଝିଅଟିର ଘରେ ଓ ଆଖପାଖରେ କୁକୁଡ଼ା ରଖାଯାଇଥିଲା। କୁକୁଡ଼ାଙ୍କ ଠାରୁ ହିଁ ସେ ବାର୍ଡ-ଫ୍ଲୁରେ ସଂକ୍ରମିତ ହୋଇଛି। ତେବେ ତାଙ୍କ ପରିବାରରେ କିମ୍ବା ଅନ୍ୟମାନଙ୍କ ଠାରେ କୌଣସି ଶ୍ୱାସ ରୋଗର ଲକ୍ଷଣ ଦେଖାଯାଇ ନାହିଁ। ରିପୋର୍ଟିଂ ସମୟରେ ଟିକାକରଣ ସ୍ଥିତି କିମ୍ବା ଆଣ୍ଟିଭାଇରାଲ ଉପଚାରର ବିବରଣୀଉପଲବ୍ଧ ନଥିଲା ବୋଲି ଡବ୍ଲୁଏଚ୍‌ଓ କହିଛି। ଏହା ହେଉଛି ଭାରତରେ H9N2 ବାର୍ଡ-ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ। ପ୍ରଥମ ମାମଲା୨୦୨୯ରେ ଚିହ୍ନଟ ହୋଇଥିଲା। ତେଣୁ ଏଥିପ୍ରତି ଆଗକୁ ସତର୍କ ରହିବା ପାଇଁ ହୁ ଚେତାଇଛି। 

Advertisment

H9N2 ଜୀବାଣୁ ସାଧାରଣତଃ ସାମାନ୍ୟ ରୋଗର କାରଣ ହୋଇଥାଏ। ଆଗକୁ ଅନେକ ମଣିଷ ବାର୍ଡ-ଫ୍ଲୁରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିପାରେ। କାରଣ ବିଭିନ୍ନ ଅଞ୍ଚଳରେ କୁକୁଡା ଫାର୍ମରେ ବାର୍ଡ-ଫ୍ଲୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାର ସବୁଠୁ ପ୍ରଚଳିତ ଏନ୍‌ଫ୍ଲୁଏଞ୍ଜା ଭାଇରସ୍‌ ମଧ୍ୟରୁ ଗୋଟିଏ ବୋଲି ମିଳିତ ଜାତିସଂଘ ଏଜେନ୍ସି କହିଛି। ସେପଟେ ଏହି ପ୍ରସଙ୍ଗରେ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

WHO Bird Flu H9N2 Virus Bird Flu In India