Advertisment

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪୦ ବିଦ୍ରୋହୀ ନିହତ, ଚାଲିଛି ଏନକାଉଣ୍ଟର

ବର୍ତ୍ତମାନ ସୁଦ୍ଧା ୪୦ ଜଣ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ୪୦ ବିଦ୍ରୋହୀ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ସୂଚନା ଦେଇଛନ୍ତି।

Congress

Congress

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ସୁରକ୍ଷାକର୍ମୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ମଣିପୁର ପୁଲିସ୍‌ କମାଣ୍ଡୋ ଓ ବିଦ୍ରୋହୀ ସଂଗଠନର ସଦସ୍ୟଙ୍କ ମଧ୍ୟରେ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି ବିନିମୟ ଜାରି ରହିଛି।

Advertisment

ଏଥିରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ୪୦ ବିଦ୍ରୋହୀ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଆତଙ୍କବାଦୀମାନେ ଏମ-୧୬ ଓ ଏକେ-୪୭ ଆସଲ୍ଟ ରାଇଫଲ ସମେତ ସ୍ନାଇପର ଦ୍ୱାରା ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ଅନେକ ଗାଁକୁ ଆସି ଲୋକଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି। ଆମେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛୁ।

Advertisment

ଆର୍ମି ଓ ଅନ୍ୟ ସୁରକ୍ଷାବଳ ସହାୟତାରେ କାଉଣ୍ଟର ଅପରେସନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଅପରେସନରେ ୪୦ ଜଣ ଆତଙ୍କବାଦୀ ଗୁଳିମାଡ଼ରେ ନିହତ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ନିରସ୍ତ୍ର ସାଧାରଣ ଲୋକଙ୍କ ଟାର୍ଗେଟ କରୁଛନ୍ତି।”

ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଦିନ ୨ଟା ବେଳେ ଇମ୍ଫାଲ ଓ ଏହାର ଆଖପାଖ ୫ଟି ସ୍ଥାନରେ ଏକସଙ୍ଗେ ଆକ୍ରମଣ କରିଥିଲେ। ସେକମଇ, ସୁଗନୁ, କୁମ୍ବି, ଫାୟେଙ୍ଗ ଓ ସେରୋଉରେ ଏପରି ଆକ୍ରମଣ ହୋଇଛି। ଏହି ୫ ସ୍ଥାନ ବ୍ୟତୀତ ଆଉ କିଛି ସ୍ଥାନରୁ ମଧ୍ୟ ଗୁଳି ବିନିମୟର ଖବର ଆସିଛି। ଗୁଳି ବିନିମୟ ହେଉଥିବା ସ୍ଥାନରେ ଏକାଧିକ ଅଚିହ୍ନା ମୃତଦେହ ପଡ଼ିଥିବା ଏହି ସୂତ୍ରରେ କୁହାଯାଇଛି।

ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ହିଂସା କ୍ଷତିଗ୍ରସ୍ତ ମଣିପୁର ଯିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରେ ସେ ସଂଘର୍ଷ ମାତିଥିବା ମୈତୈ ଓ କୁକି ସଂପ୍ରଦାୟର ଲୋକଙ୍କୁ ଶାନ୍ତି ସ୍ଥାପନ ପାଇଁ ଆହ୍ୱାନ ଦେଇଥିଲେ।

ସେହିପରି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗତକାଲି ଠାରୁ ମଣିପୁରରେ ରହିଛନ୍ତି। ଏସବୁ ଭିତରେ ହିଁ ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ମିଳିଛି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe