Advertisment

ଆଉ କିଛି ସମୟ, ଟନେଲ ନିକଟରେ ଅପେକ୍ଷା କରିଛି ୪୧ ଆମ୍ବୁଲାନ୍ସ

ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର କରାଯାଇଛି। ହସ୍ପିଟାଲରେ ମଧ୍ୟ ୪୧ଟି ଅମ୍ଳଜାନଯୁକ୍ତ ବେଡ ବ୍ୟବସ୍ଥା ରହିଛି।

ଅଦ୍ୟତନ ହୋଇଛି
Pic From Ground

Pic From Ground

Advertisment

ସମୟ ସହ ବଢୁଛି ଉତ୍କଣ୍ଠା। ଉତ୍ତରକାଶୀ ଟନେଲ ତଳୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର୍ ପ୍ରୟାସ। କିପରି ଶ୍ରମିକଙ୍କୁ ଉଦ୍ଧାର କରିବା ମାତ୍ରେ ଚିକିତ୍ସା ଯୋଗାଇ ଦିଆଯିବ ସେଥିପାଇଁ ସମସ୍ତ ପ୍ରୟାସ ସରିଛି। ଟନେଲ ନିକଟରେ ଧାଡି ଧାଡି କରି ୪୧ଟି ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି।

Advertisment

ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିନ୍ୟାଲିସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟନେଲଠୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ ସୁଡଙ୍ଗଠୁ ହସ୍ପିଟାଲ ମଧ୍ୟରେ ଏକ ଗ୍ରୀନ୍ କରିଡର କରାଯାଇଛି। ହସ୍ପିଟାଲରେ ମଧ୍ୟ ୪୧ଟି ଅମ୍ଳଜାନଯୁକ୍ତ ବେଡ ବ୍ୟବସ୍ଥା ରହିଛି।ଏଥିସହ ପ୍ରତ୍ୟେକ ଶ୍ରମିକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି।

Advertisment

ଉତ୍ତରାଖଣ୍ଡର ଭୁଶୁଡି ପଡିଥିବା ଟନେଲ ତଳେ ଦୀର୍ଘ ୧୬ ଦିନ ହେବ ଶ୍ରମିକମାନେ ଫସି ରହିଛନ୍ତି। ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏକ ବଡ ଚ୍ୟାଲେଞ୍ଜ ଥିଲା। ଅଗର ମେସିନ ସୁଡଙ୍ଗ ଭିତରେ ଭାଙ୍ଗିଯିବା ପରେ ସମସ୍ତେ ଏକ ପ୍ରକାର ନିରାଶ ହୋଇପଡିଥିଲେ। ସୌଭାଗ୍ୟବଶତଃ ରେଟ୍‌ ମାଇନର୍ସର ଉଦ୍ଧାରକାରୀ ଟିମ୍ ସଫଳ ହେବାକୁ ଯାଉଛନ୍ତି। ଏହି ଟିମର ସଦସ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଶ୍ରମିକମାନେ ଉଦ୍ଧାର ହେବାକୁ ଯାଉଛନ୍ତି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାର ପାଇଁ ଏକ ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ମିଳିଥିଲା।  

Tunnel Collapses Uttarakashi Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe