/odisha-reporter/media/post_attachments/uploadimage/library/16_9/16_9_0/IMAGE_1701251809.jpg)
41 rescued workers
ଋଷିକେଶ ଗଲେ ଉତ୍ତରକାଶୀର ଟନେଲ ରୁ ଉଦ୍ଧାର ହୋଇଥିବା ୪୧ ଶ୍ରମିକ। ବାୟୁସେନାର ସ୍ୱତନ୍ତ୍ର ବିମାନ 'ଚିନୁକ୍'ରେ ଏମାନଙ୍କୁ ଏୟାରଲିଫ୍ଟ କରାଯାଇ ଋଷିକେଶର ଏମ୍ସରେ ଭର୍ତ୍ତି କରାଯାଇଛି।
ଏହାପୂର୍ବରୁ ସମସ୍ତ ଶ୍ରମିକଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲରେ ରଖାଯାଇଥିଲା। ଏମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବାୟୁସେନାର ଚିନୁକ ବିମାନ ଚିନ୍ୟାଲିସୌଡ୍ରେ ପହଞ୍ଚିଥିଲା। ଋଷିକେଶ ଏମ୍ସର ଟ୍ରମା ସେଣ୍ଟରରେ ୪୧ ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଠାରେ ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ।
ଏହା ପୂର୍ବରୁ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଭେଟିବା ସମୟରେ ଶ୍ରମିକମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ। ଏହା ସହ ଶ୍ରମିକଙ୍କୁ ଭେଟି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।
Uttarakhand | The 41 rescued workers from Uttarkashi tunnel, onboard the IAF Chinook helicopter, on their way to Rishikesh earlier today.
The chopper brought them to AIIMS Rishikesh from Chinyalisaur for their further medical examination. pic.twitter.com/9XiVv7eKgn
— ANI (@ANI) November 29, 2023
ସପଟେ ଶ୍ରମିକଙ୍କୁ ଉଦ୍ଧାର କରିବାରେ ହିରୋ ସାଜିଥିବା ରାଟ୍ ମାଇନର୍ସଙ୍କ ପାଇଁ ମଧ୍ୟ ପୁରଷ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରତି ରାଟ୍ ମାଇନର୍ସ ସଦସ୍ୟଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବକୁ ଘୋଷଣା ହୋଇଛି।
ଗତକାଲି ସନ୍ଧ୍ୟାରେ ଟନେଲ ଭିତରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ଦେଢ ଘଣ୍ଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ବେଳେ ଝାଡଖଣ୍ଡ ନିବାସୀ ବିଜୟ ହିରୋଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ଏହା ପରେ ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ। ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ମୋର୍ଚ୍ଚା ସମ୍ଭାଳିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
