Advertisment

ଶାହଜାହାଁଙ୍କ ଓକିଲଙ୍କୁ କୋର୍ଟଙ୍କ କଟାକ୍ଷ: କହିଲେ- ୪୩ ମାମଲା ରହିଛି, ୧୦ ବର୍ଷ ଯାଏ ଆପଣ ବ୍ୟସ୍ତ ରହିବେ

ବେଞ୍ଚ କହିଥିଲେ, “ସୋମବାର ଆସ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଆମର କୌଣସି ସମବେଦନା ନାହିଁ। ଦୟାକରି ସୋମବାର ଆସନ୍ତୁ। ଏବେ କିଛି କରାଯାଇ ପାରିବ ନାହିଁ।

Shahjahan

Shahjahan

Advertisment

ସନ୍ଦେଶଖାଲିର ଦବଙ୍ଗ ନେତା ଶେଖ ଶାହଜାହାଁଙ୍କ ପାଇଁ ଯୁକ୍ତି ରଖୁଥିବା ଜଣେ ଓକିଲକୁ କଲିକତା ହାଇକୋର୍ଟ କଟାକ୍ଷ କରିଛନ୍ତି। ଓକିଲ ଜଣଙ୍କ ଶାହଜାହାଁଙ୍କ ପାଇଁ ଜାମିନ ଆବେଦନ କରିବାକୁ ଚାହୁଁଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ସିବାଗନାନମ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଶାହଜାହାଁଙ୍କ ପାଇଁ କୌଣସି ପ୍ରକାରର ସମବେଦନା ନଥିବା ମଧ୍ୟ ମୁଖ୍ୟ ବିଚାରପତି କହିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ବେଙ୍ଗଲ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଥିଲା। ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ସେ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାର ମଧ୍ୟ ମୁଖ୍ୟ ଅଭିଯୁକ୍ତ।

ଗିରଫର ଦିନକ ପରେ ଅର୍ଥାତ ଆଜି ସକାଳେ ଶାହଜାହାଁଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏହାକୁ ମୁଖ୍ୟ ବିଚାରପତି ଗ୍ରହଣ କରି ନଥିଲେ ଓ ଆବେଦନ ଧରି ସୋମବାର ଆସିବାକୁ କହିଛନ୍ତି। ସୋମବାର ଆବେଦନ ଉପରେ କୋର୍ଟ ଶୁଣାଣି କରିପାରନ୍ତି।

Advertisment

ଓକିଲ ଜଣଙ୍କ କହିଥିଲେ ଯେ “ଅନେକ କଥା ମୋ କ୍ଲାଏଣ୍ଟ ବିରୋଧରେ କୁହାଯାଇଛି।” ମୁଖ୍ୟ ବିଚାରପତି ଏହାର ଜବାବରେ କହିଥିଲେ, “ଚମତ୍କାର। ଆମେ ଆପଣଙ୍କୁ ଅପେକ୍ଷା କରିଥିଲୁ।

ଓକିଲ ମହାଶୟ ସେହି ବ୍ୟକ୍ତି(ଶାହଜାହାଁ)ଙ୍କ ବିରୋଧରେ ୪୩ଟି ମାମଲା ରହିଛି। ଆମେ ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ୧୦ ବର୍ଷ ଯାଏ ବ୍ୟସ୍ତ ରଖିବେ। ଏହି ସବୁ ମାମଲାକୁ ହ୍ୟାଣ୍ଡେଲ କରିବା ପାଇଁ ଆପଣଙ୍କୁ ଅତିକମରେ ୧୦ ବର୍ଷ ସମୟ ଲାଗିବ।”

ଶାହଜାହାଁଙ୍କ ଓକିଲ କହିଥିଲେ ଯେ “ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି। ମୋ କ୍ଲାଏଣ୍ଟଙ୍କୁ ଗତରାତିରେ ଗିରଫ କରାଯାଇଛି। ମାମଲାକୁ ମୁଁ ନିୟମିତ ବେଞ୍ଚଙ୍କ ନିକଟରେ ଦାଖଲ କରିପାରିବି ନାହିଁ।”

ବେଞ୍ଚ କହିଥିଲେ, “ସୋମବାର ଆସ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଆମର କୌଣସି ସମବେଦନା ନାହିଁ। ଦୟାକରି ସୋମବାର ଆସନ୍ତୁ। ଏବେ କିଛି କରାଯାଇ ପାରିବ ନାହିଁ।

ଗିରଫ ପରେ ଶାହଜାହାଁଙ୍କୁ ବେଙ୍ଗଲର ଗୋଟିଏ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୦ ଦିନ ପାଇଁ ପୁଲିସ୍‌ ରିମାଣ୍ଡରେ ପଠାଇ ଦେଇଛନ୍ତି।

West Bengal Sheikh Shahjahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe