Advertisment

ରାଜଧାନୀ ଦିଲ୍ଲୀରେ ‘ମୋଦି ହଟାଓ , ଦେଶ ବଚାଓ’ ପୋଷ୍ଟର, ୪ ଗିରଫ

‘ମୋଦି ହଟାଓ ,ଦେଶ ବଚାଓ’ ଉଲ୍ଲେଖ ଥାଇ ଏହି ନାରାକୁ ନେଇ ଚର୍ଚ୍ଚା ଜୋର ଧରିଛି

Anti-Modi Posters

Anti-Modi Posters

Advertisment

ରାଜଧାନୀ ଦିଲ୍ଲୀରେ ମାଳ ମାଳ ମୋଦି ବିରୋଧୀ ପୋଷ୍ଟର। ‘ମୋଦି ହଟାଓ ,ଦେଶ ବଚାଓ’ ଉଲ୍ଲେଖ ଥାଇ ଏହି ନାରାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆକ୍ସନମୁଡ୍‌କୁ ଆସିଛି ଦିଲ୍ଲୀ ପୁଲିସ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ମୋଦି ବିରୋଧୀ ପୋଷ୍ଟରକୁ ନେଇ ପୁଲିସ ୪୪ଟି ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ନିଜସ୍ୱ ପ୍ରିଣ୍ଟିଂ ପ୍ରେସ୍ ରହିଛି। ମଙ୍ଗଳବାର ପୁଲିସ ବଭିନ୍ନ ସ୍ଥାନରେ ଲାଗିଥିବା ଏମିତି ୨୦୦୦ ପୋଷ୍ଟରକୁ ଚିରିଛି। ପ୍ରାୟ ସବୁ ପୋଷ୍ଟରରେ ‘ମୋଦି ହଟାଓ, ଦେଶ ବଚାଓ’ ନାରା ଉଲ୍ଲେଖ ରହିଛି। ସର୍ବସାଧାଣ ସ୍ଥାନରେ ପୋଷ୍ଟର ଲଗାଇ ସେହିସ୍ଥାନକୁ ବିକୃତ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଥିବା ପୁଲିସ କହିଛି।

Advertisment

ସେହିପରି ଏହି ପୋଷ୍ଟରର ୨୦୦୦ କପି ଆମ ଆଦମୀ ପାର୍ଟି କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ବେଳେ ପୁଲିସ ସେଗୁଡ଼ିକୁ ଜବତ କରିଛି। ଏହି ପୋଷ୍ଟର ଗୁଡ଼ିକୁ ଏକ ଭ୍ୟାନରେ ଚାଲାଣ ହେଉଥିବା ବେଳେ ପୁଲିସ ସେ ଗୁଡ଼ିକୁ ଜବତ କରିଥିଲା। ଭ୍ୟାନ ଡ୍ରାଇଭରଙ୍କ କହିବା ଅନୁଯାୟୀ,ଏହି ପୋଷ୍ଟର ଗୁଡ଼ିକ ଆପର ମୁଖ୍ୟାଳୟକୁ ଯିବାର ଥିଲା। ଏହି ପ୍ରସଙ୍ଗରେ ଆପ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି।

ପୁଲିସର ଏତଲାକୁ ନେଇ ଆପ ପ୍ରଶ୍ନ କରିଥିବା ବେଳେ ପୋଷ୍ଟରରେ କଣ ଆପତ୍ତିଜନକ କଥା ରହିଛି ବୋଲି ପ୍ରଶ୍ନ କରିଛି। ମୋଦି ସରକାରଙ୍କ ଏକଛତ୍ରବାଦୀ ନୀତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି ବୋଲି ଆପ୍ ଅଭିଯୋଗ କରିଛି। ଅନ୍ୟପଟେ ଗିରଫ ହୋଇଥିବା ପ୍ରିଣ୍ଟି ପ୍ରେସ୍‌ର ମାଲିକ କହିଛନ୍ତି ଯେ,ସାରା ଦିଲ୍ଲୀରେ ଏମିତି ୫୦,୦୦୦ ପୋଷ୍ଟର ଛପେଇବାକୁ ଅର୍ଡ଼ର ଥିଲା। ଛପାଯାଇଥିବା ନାରା ତଥା ପୋଷ୍ଟରରେ ପ୍ରିଣ୍ଟି ପ୍ରେସର ନାମ ଉଲ୍ଲେଖ ନଥିବାରୁ ତାଙ୍କୁ ଗିରଫ କରାଯାଥିଲା।

Advertisment
PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe