ସାମ୍ପଲ ଟେଷ୍ଟରେ ୪୮ ମେଡିସିନ ଫେଲ୍‌; ହୃଦରୋଗ ସାଙ୍ଗକୁ ରହିଛି ରକ୍ତଚାପ ମେଡିସିନ

ଏହି ମେଡିସିନ ମଧ୍ୟରେ ହୃଦରୋଗ ସମ୍ବନ୍ଧିତ ମେଡିସିନ ଥିବା ବେଳେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରୁଥିବା ମେଡିସିନ ବି ରହିଛି।

Representational Image

  • Published: Thursday, 27 April 2023
  • , Updated: 27 April 2023, 01:50 PM IST

ସାମ୍ପଲ ଟେଷ୍ଟରେ ଝୁଣ୍ଟି ପଡ଼ିଲା ୪୮ ମେଡିସିନ । ପାସ୍‌ କରିବା ହେଲା କାଠିକର ପାଠ । ଏହା ମଧ୍ୟରେ ହୃଦରୋଗ ସମ୍ବନ୍ଧିତ ମେଡିସିନ ଥିବା ବେଳେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରୁଥିବା ମେଡିସିନ ବି ରହିଛି। କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO)ର ଏକ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି।

ଗତ ମାସରେ ସମୁଦାୟ ୧୪୯୭ ମେଡିସିନର ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସେଥି ମଧ୍ୟରୁ ୪୮ ମେଡିସିନ ଏହି ଟେଷ୍ଟ ପାସ୍‌ କରି ପାରି ନ ଥିଲେ। କେନ୍ଦ୍ରୀୟ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଯାଞ୍ଚ ଅନୁଯାୟୀ, ଏହି ୪୮ ମେଡିସିନ ମଧ୍ୟରୁ ଉତ୍ତରାଖଣ୍ଡରେ ପ୍ରସ୍ତୁତ ୧୪  ମେଡିସିନ, ହିମାଚଳ ପ୍ରଦେଶର ୧୩ ମେଡିସିନ, କର୍ଣ୍ଣାଟକର ୪ ମେଡିସିନି, ମହାରାଷ୍ଟ ଓ ଦିଲ୍ଲୀର ୨ଟି ଲେଖା ମେଡିସିନ, ଗୁଜରାଟ, ମଧ୍ୟପ୍ରଦେଶ, ସିକିମ, ଜମ୍ମୁ, କଶ୍ମୀର, ପୁଡ଼ୁଚେରୀର ଗୋଟିଏ ଲେଖା ମେଡିସିନ ନାଁ ସାମିଲ ଅଛି।

ସିଡିଏସସିଓ ରିପୋର୍ଟ ଅନୁଯାୟୀ, ଏହି ମେଡିସିନଗୁଡ଼ିକ ମଧ୍ୟରେ ଲାଇକୋପିନ୍ ମିନେରାଲ୍ ସିରପ୍ ଭଳି ମେଡିସିନ ବି ସାମିଲ ଅଛି। ଯାହାକୁ ଲୋକମାନେ ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟରଲ, କ୍ୟାନସର ପରି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ସେବନ କରିଥାନ୍ତି। ଏହାବାଦ ଭିଟାମିନ୍ ସି ଇଞ୍ଜେକ୍ସନ୍, ଫୋଲିକ୍ ଏସିଡ୍ ଇଞ୍ଜେକ୍ସନ୍, ଆଲବେଣ୍ଡଜୋଲ୍ କୌଶିକ୍ ଡୋକ୍ -୫୦୦, ନିକୋଟିନାମାଇଡ୍ ଇଞ୍ଜେକ୍ସନ୍, ଅଲସିଫ୍ଲୋକ୍ସ ଆଦି ମେଡିସିନ ବି ରହିଛି।

ଶରୀରକୁ ଆବଶ୍ୟକ ମୁତାବକ ଭିଟାମିନ୍ ଯୋଗାଇବା ସହ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା, ଆଜର୍ଲି, ଏସିଡ, ଫୋଙ୍ଗାଲ ଇଡ଼ଫେକ୍ସନକୁ ଦୂର କରିବାକୁ ଏହି ମେଡିସିନ ସେବନ କରାଯାଇଥାଏ। ମାତ୍ର ଏବେ ଏହା ସାମ୍ପଲ ଟେଷ୍ଟରେ ବିଫଳ ହୋଇଥିବାରୁ ଏହାକୁ ସେବନ କରୁଥିବା ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ି ଗଲାଣି।

ସାମ୍ପଲ ଟେଷ୍ଟରେ ବିଫଳ ହୋଇଥିବା ଫାର୍ମା କମ୍ପାନୀଙ୍କୁ ନୋଟିସ ଜାରି କରି ଏନେଇ ସ୍ପଷ୍ଟୀକରଣ ମଗାଯାଇଛି। ଟେଷ୍ଟରେ ବିଫଳ ହୋଇଥିବା ମେଡିସିନଗୁଡ଼ିକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରି ନେବାକୁ ଆଦେଶ ଦିଆଯାଇଛି। ଏଥିସହ ଉକ୍ତ ଫାର୍ମା କମ୍ପାନୀଗୁଡିକର ଯାଞ୍ଚ ପାଇଁ ସମସ୍ତ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସିଡିଏସସିଓ ଦ୍ୱାରା କିଛି ମାସ ଅନ୍ତରରେ ବିଭିନ୍ନ ଫାର୍ମା କମ୍ପାନୀର ମେଡିସିନମାନଙ୍କର ସାମ୍ପଲ ଟେଷ୍ଟ କରାଯାଇଥାଏ। ଗତ ବର୍ଷ ନଭେମ୍ବରରେ ବି ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପ୍ରାୟ ୫୦ ପ୍ରକାର ମେଡିସିନ ବିଫଳ ହୋଇଥିଲେ। ସେଥିରେ ବହୁ ଆଣ୍ଟି ବାୟୋଟିକ ମେଡିସିନ ବି ସାମିଲ ଥିଲା।

Related story