୪୮ ରିସର୍ଟ ଓ ପର୍ଯ୍ୟଟନ ସ୍ଥଳକୁ କାହିଁକି ବନ୍ଦ କଲେ ସରକାର?

ହମଲାକୁ ୮ ଦିନ ପୂରିଥିବା ବେଳେ ଏଯାଏ ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷାକର୍ମୀ ସକ୍ଷମ ହୋଇ ନାହାନ୍ତି। ଏବେ ପୁଣି ଥରେ ଆତଙ୍କବାଦୀ ହମଲାର ଆଶଙ୍କା ବଢ଼ିବାରୁ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି।

Terror

କଶ୍ମୀର

Hemant Lenka
  • Published: Tuesday, 29 April 2025
  • Updated: 29 April 2025, 01:52 PM IST

Sports

Latest News

ପହଲଗାମ ଆତଙ୍କବାଦୀ ହମଲାକୁ ନେଇ ସାରା ଦେଶରେ ଆକ୍ରୋଶ ଓ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଜମ୍ମୁ-କଶ୍ମୀର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଉପତ୍ୟକାରେ ଥିବା ମୋଟ ୮୭ଟି ରିସର୍ଟ ଓ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ସରକାର ୪୮ଟିକୁ ବନ୍ଦ କରି ଦେଇଛନ୍ତି। ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ପହଲଗାମ ଭଳି ହମଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମଙ୍ଗଳବାର ପହଲଗାମର ବୈସାରନ ଭ୍ୟାଲିରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୫ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ବାଲାଙ୍କ ଜୀବନ ଯାଇଥିଲା।

ଏହି ହମଲାକୁ ୮ ଦିନ ପୂରିଥିବା ବେଳେ ଏଯାଏ ଆତଙ୍କବାଦୀଙ୍କୁ ଧରିବାକୁ ସୁରକ୍ଷାକର୍ମୀ ସକ୍ଷମ ହୋଇ ନାହାନ୍ତି। ଏବେ ପୁଣି ଥରେ ଆତଙ୍କବାଦୀ ହମଲାର ଆଶଙ୍କା ବଢ଼ିବାରୁ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଗୁଇନ୍ଦା ବିଭାଗ ସୂଚନା ଦେଇଛି ଯେ ଉପତ୍ୟକାରେ ଏବେ କିଛି ସ୍ଲିପର ସେଲ୍ସକୁ ଆକ୍ଟିଭେଟ କରାଯାଇଛି। ଆତଙ୍କବାଦୀ ସଂଗଠନ ପାଇଁ ଗୁପ୍ତ ଭାବେ କାମ କରୁଥିବା ସଦସ୍ୟଙ୍କୁ ସ୍ଲିପର ସେଲ କୁହାଯାଏ।

Also Read

ଏମାନେ ସବୁବେଳେ ସାଧାରଣ ଲୋକଙ୍କ ଭଳି ରୁହନ୍ତି। ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରି ପୁଣି ସାଧାରଣ ଜୀବନକୁ ଫେରିଯାଆନ୍ତି। ଏମାନଙ୍କୁ ଚିହ୍ନଟ କରିବେ ବେଶ ମୁସ୍କିଲ। ପହଲଗାମ ହମଲା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ସେମାନଙ୍କ ସ୍ଲିପର ସେଲ୍ସଗୁଡ଼ିକୁ ଆକ୍ଟିଭ କରାଯାଇଛି। ସେମାନଙ୍କୁ ଅଧିକରୁ ଅଧିକ ଆକ୍ରମଣ ପାଇଁ ନିର୍ଦ୍ଦେଶ ମିଳିଛି।

ଆତଙ୍କବାଦୀମାନେ ଉପତ୍ୟକାରେ ରହୁଥିବା ସୁରକ୍ଷାକର୍ମୀ ଓ ଅଣ କଶ୍ମିରୀମାନଙ୍କୁ ଆଗାମୀ ଦିନରେ ଟାର୍ଗେଟ କରିବାକୁ ମସୁଧା କରିଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଅଣ କଶ୍ମିରୀ, ସିଆଇଡି ଅଧିକାରୀ, କଶ୍ମିରୀ ପଣ୍ଡିତଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଛି। ବିଶେଷ କରି ଶ୍ରୀନଗର ଓ ଗାନ୍ଦେରବଲ ଜିଲ୍ଲାରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚାଲିଛି।

ଆତଙ୍କବାଦୀମାନେ ଏବେ ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ କଶ୍ମୀରରେ ସକ୍ରିୟ ରହିଛନ୍ତି। ସେମାନେ ବଡ଼ ଆକ୍ରମଣର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ପହଲଗାମ ଆତଙ୍କବାଦୀ ହମଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କୀ ଲିଙ୍କ ଅଭିଯୋଗରେ ୧୦ଟି ଘରକୁ ଉପତ୍ୟକାରେ ଉଡ଼ାଇ ଦିଆଯାଇଛି। ଏହାର ଜବାବରେ ଆତଙ୍କବାଦୀମାନେ ବଡ଼ ଧରଣର ହମଲା କରିବାକୁ ଚାହୁଁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଗୁଇନ୍ଦା ବିଭାଗ ଆହୁରି କହିଛି ଯେ ଜମ୍ମୁ-କଶ୍ମୀରର ଉପାନ୍ତ ଅଞ୍ଚଳରେ ରେଳ ଭିତ୍ତିଭୂମିର ବିକାଶ କରାଯାଉଛି। ସେଠାରେ ଅନେକ ବାହାର ରାଜ୍ୟର ରେଳ କର୍ମଚାରୀ ରହିଛନ୍ତି। ତେଣୁ ସେମାନଙ୍କୁ ଟାର୍ଗେଟ କରି ମଧ୍ୟ ଆକ୍ରମଣ ହୋଇପାରେ। ତେଣୁ ରେଳବାଇ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ସେମାନଙ୍କ କ୍ୟାମ୍ପ ଓ ବ୍ୟାରିକେଡରୁ ଅନ୍ୟତ୍ର ମନଇଚ୍ଛା ନ ଯିବାକୁ ପରାମର୍ଶ ଦିଆଯାଇଛି।

ଗୁଇନ୍ଦା ବିଭାଗର ଏପରି ସୂଚନା ପରେ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଅପରେସନ ଗ୍ରୁପର ଆତ୍ମଘାତୀ ହମଲା ନିରୋଧ ସ୍କ୍ୱାଡକୁ ବିଭିନ୍ନ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳରେ ମୁତୟନ କରାଯାଇଛି। ବିଶେଷ କରି ଗୁଲମାର୍ଗ, ସୋନମାର୍ଗ ଓ ଡାଲ ଲେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପହଲଗାମ ହମଲା ପରେ ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳଗୁଡ଼ିକ ଲୋକଙ୍କ ପାଇଁ ଖୋଲା ରହିଛି।

ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପର୍ଯ୍ୟଟକମାନେ ଭୟରେ କଶ୍ମୀର ଛାଡ଼ିଥିଲେ। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ପର୍ଯ୍ୟଟକଙ୍କ ଭିଡ଼ କଶ୍ମୀରରେ ଜମିଛି। ପର୍ଯ୍ୟଟକମାନେ ଉପତ୍ୟକାକୁ ଫେରୁଥିବା ବେଳେ ଗୁଇନ୍ଦା ବିଭାଗ ପୁଣି ଆତଙ୍କୀ ହମଲାର ଆଶଙ୍କା କରିଛି।

ପହଲଗାମ ହମଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନକୁ ପୂରା ରାଜ୍ୟରେ ଜୋରଦାର କରାଯାଇଛି। ମିଳିତ ରେଡ କରି ସୁରକ୍ଷାକର୍ମୀ ଶତାଧିକ ସନ୍ଦିଗ୍ଧ ଆତଙ୍କୀ ସମର୍ଥକଙ୍କୁ ଅଟକ ରଖିଛନ୍ତି। ସେହିପରି ଉପତ୍ୟକାରେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀମାନଙ୍କ ଘର ମଧ୍ୟ ଉଡ଼ାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story