Advertisment

ଆତଙ୍କବାଦୀଙ୍କ ଭୟଙ୍କର ହମଲାରେ ୫ ଯବାନ ସହିଦ

ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସକାଳ ପ୍ରାୟ ୭.୩୦ ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
Terrorist

Terrorist

Advertisment

ଜମ୍ମୁ-କଶ୍ମୀରର ରଜୌରୀରେ ଶୁକ୍ରବାର ସକାଳେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏହାର ଜବାବ ମଧ୍ୟ ସେନା ପକ୍ଷରୁ ଦିଆଯାଇଛି। ହେଲେ ଏହି ଗୁଳି ବିନିମୟ ଓ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ପ୍ରଥମେ ଆତଙ୍କୀଙ୍କ ଗୁଳି ମାଡ଼ରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବାର ରିପୋର୍ଟ ଆସିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଜମ୍ମୁ-କଶ୍ମୀରରେ ଗଲା ୩ ଦିନରେ ତୃତୀୟ ଥର ପାଇଁ ଏପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏମାନେ ନିକଟରେ ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲାରେ ସାମିଲ ଥିବା ଏହି ସୂଚନାରେ କୁହାଯାଇଥିଲା। ଏହାପରେ ସକାଳ ପ୍ରାୟ ୭.୩୦ ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ସୁଡ଼ଙ୍ଗରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ତେବେ ଉକ୍ତ ଅଞ୍ଚଳଟି ପାହାଡ଼ିଆ ବଣ ଜଙ୍ଗଲ ମଧ୍ୟରେ ଥିବାରୁ ସୁରକ୍ଷାକର୍ମୀଙ୍କୁ ଅପରେସନ ପାଇଁ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Advertisment

ଏହାର ଫାଇଦା ଉଠାଇ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ଆରମ୍ଭ କରିଥିଲେ। ଏଥିସହ ଗୁଳିମାଡ଼ ମଧ୍ୟ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେବାରୁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା।

ଏଥିରେ ପ୍ରଥମେ ୨ ଜଣ ଯବାନ ପ୍ରାଣ ହରାଥିବା ବେଳେ ଜଣେ ଅଫିସରଙ୍କୁ ମିଶାଇ ୪ ଜଣ ଆହତ ହୋଇଥିଲେ। ଏନକାଉଣ୍ଟର ସ୍ଥଳକୁ ଅଧିକ ସଂଖ୍ୟକ ଫୋର୍ସ ପଠାଯିବା ସହ ଆହତମାନଙ୍କୁ ଉଦ୍ଧମପୁର ସ୍ଥିତ କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଆଉ ୩ ଜଣ ଯବାନ ପ୍ରାଣ ହରାଇଛନ୍ତି। 

ଏବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ସୁଡ଼ଙ୍ଗ ମଧ୍ୟରେ ଲୁଚିଥିବା ଆତଙ୍କବାଦୀଙ୍କ ମଧ୍ୟରୁ କିଛି ଜଣ ଗୁରୁତର ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

ଗୁରୁବାର ବାରମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ସେହିପରି ବୁଧବାର କୁପୱାଡା ଜିଲ୍ଲାର ପିକହାଣ୍ଡ ମାଛିଲ ସେକ୍ଟରେ ଅନୁପ୍ରବେଶ ଉଦ୍ୟମ କରି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ।

Jammu Kashmir Terrorist Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe