Advertisment

Demolition Drive: ଶୀତୁଆ ଭୋରରେ ଜବରଦଖଲ ଉଚ୍ଛେଦ: ହିଂସାକାଣ୍ଡ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଜବରଦଖଲ ବେଳେ ଏପରି ହିଂସାକାଣ୍ଡ ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି ଯେ ସମାଜବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନଦଭୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ସେ ହିଁ ଜବରଦଖଲ ବିରୋଧରେ ଲୋକଙ୍କୁ ଉସାଇକଥିଲେ।

author-image
Hemant Lenka
Delhi

ଜବରଦଖଲ ଉଚ୍ଛେଦ

ଦେଶର ରାଜଧାନୀ ଦିଲ୍ଲୀ(Delhi)ରେ ଏବେ ପ୍ରବଳ ଥଣ୍ଡା। ଭୋର ସମୟରେ ଥଣ୍ଡାର ପ୍ରକୋପ ସବୁଠାରୁ ଅଧିକ। ଏହି ଶୀତୁଆ ଭୋରରେ ପୁରୁଣା ଦିଲ୍ଲୀର ତୁର୍କମାନ ଗେଟ ନିକଟରେ ଥିବା ଗୋଟିଏ ମସଜିଦ ନିକଟରେ ପ୍ରଶାସନ ଜବରଦଖଲକୁ ହଟାଇଛି। କୋର୍ଟ ନିର୍ଦ୍ଦେଶ ଅନୁସାରେ ସରକାରୀ ଜମିରୁ ଜବରଦଖଲ ହଟାଯାଉଥିବା ବେଳେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସାକାଣ୍ଡ।

Advertisment

ବୁଧବାର ଭୋର ସମୟରେ ଏପରି ହିଂସାକାଣ୍ଡ ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଉଚ୍ଛେଦ ବେଳେ ଶହଶହ ଲୋକ ପୁଲିସ୍‌ ଉପରକୁ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌କୁ ଭୋର ସମୟରେ ମଧ୍ୟ ଲୁହବୁହା ଗ୍ୟାସ ସହ ଲାଠି ମାଡ଼ କରିବାକୁ ପଡ଼ିଥିଲା। ପୁଲିସ ବିରୋଧର ସମ୍ମୁଖୀନ ହୋଇଥିଲେ ହେଁ ମସଜିଦ ନିକଟରେ ଥିବା ଜବରଦଖଲକୁ କିଛି ପରିମାଣରେ ହଟାଇକୁ ସକ୍ଷମ ହୋଇଛି। 

ତେବେ ଜବରଦଖଲ ବେଳେ ଏପରି ହିଂସାକାଣ୍ଡ ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି ଯେ ସମାଜବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନଦଭୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ସେ ହିଁ ଜବରଦଖଲ ବିରୋଧରେ ଲୋକଙ୍କୁ ଉସାଇକଥିଲେ। ତେଣୁ ଏବେ ବିରୋଧ ପଛରେ ଥିବା ଷଡ଼ଯନ୍ତ୍ର ଦିଗର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ କହିଛି। 

Advertisment

ଅତିରିକ୍ତ ସିପି(ଟ୍ରାଫିକ) ମଧୁର ବର୍ମା କହିଛନ୍ତି ଯେ “ଏଯାଏ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣା ପଛରେ ଥିବା ବଡ଼ ଧରଣର ଷଡ଼ଯନ୍ତ୍ର ଦିଗର ତଦନ୍ତ ଚାଲିଛି। ହିଂସାକୁ ଉସକାଇଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଆଜି ଭୋରରୁ ସୟିଦ ଫୈଜ ଇଲାହି ମସଜିଦ ଓ ସ୍ଥାନୀୟ ଶ୍ମଶାନ ଘାଟ ନିକଟରେ ହୋଇଥିବା ଜବରଦଖଲକୁ ହଟାଇବାକୁ ଏମସିଡି ଅଧିକାରୀମାନେ ପୁଲିସ୍‌ ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିଥିଲେ। ହେଲେ ଏହାକୁ ବିରୋଧ କରି ସେମାନଙ୍କ ଉପରକୁ ପଥର ଓ କାଚ ବୋତଲ ମାଡ଼ କରାଯାଇଥିଲା। ଏଥିରେ ୫ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। 

ପୁଲିସ୍‌ ଉପରକୁ ପଥର ମାଡ଼ କରିଥିବା ଲୋକଙ୍କ ମଧ୍ୟରୁ ପୁଲିସ ଆଦିଲ କ୍ୱାସିମ, ମହମ୍ମଦ କୈଫ, ମହମ୍ମଦ ଆରିବ, ଅଜିମ ଓ ଇର୍ଫାନଙ୍କୁ ଚିହ୍ନଟ କରି ଗିରଫ କରିଛି। ସେହପରି ଆଦନାନ ଓ ସମୀର ନାମକ ଆଉ ୨ ଜଣ ଯୁବକ ଘଟଣାର ଭିଡିଓ ରେକର୍ଡ କରି ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରି ସାଧାରଣ ଲୋକଙ୍କୁ ଉସାଇଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। 

ଦିଲ୍ଲୀ ପୁଲିସ୍‌ ଆହୁରି କହିଛି ଯେ ସେମାନେ ସୋଶାଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସୋଶାଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଶେୟାର କରି ଗୁଜବର ପ୍ରଚାର କରାଯାଉଛି। ଏଥିସହ ଲୋକଙ୍କୁ ଉସକା ଯାଉଛି।

ଅନେକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି ଯେ ପ୍ରଶାସନ ପକ୍ଷରୁ ମସଜିଦକୁ ଭଙ୍ଗା ଯାଉଛି। ଏହା ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ କୁହାଯାଇଛି। ସେହିପରି ଧାର୍ମିକ ସ୍ଲୋଗାନ ଜରିଆରେ ଲୋକଙ୍କୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ମଧ୍ୟ ଦିଆଯାଇଛି। 

ଜଣେ ଏମସିଡି ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଜବରଦଖଲ ଉଚ୍ଛେଦ ବେଳେ ସୟିଦ ଫୈଜ ଇଲାହି ମସଜିଦକୁ ଆଦୌ କେହି ବି ଛୁଇଁ ନାହାନ୍ତି। ଏହାର ଚାରିପାଖରେ ଥିବା ଜବରଦଖଲକୁ କେବଳ ହଟା ଯାଉଛି। 

Delhi