Advertisment

Bihar Election: ସାର୍‌ ଆମେ ବଞ୍ଚିଛୁ: ଜୀବିତ ଲୋକଙ୍କୁ ଭୋଟର ତାଲିକାରେ ଦର୍ଶାଯାଇଥିଲା ମୃତ

ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏସ୍‌ଆଇଆରକୁ ପ୍ରଶଂସା କରିଥିଲେ। ଏହା ନିରପେକ୍ଷ ଓ ସ୍ୱଚ୍ଛ ଭାବେ କରାଯାଇ ବୋଲି କହିଥିଲେ।  କିନ୍ତୁ ଚୂଡ଼ାନ୍ତ ଭୋଟର ତାଲିକାରେ ରହିଛି ଏକାଧିକ ତ୍ରୁଟି।

Bihar

ଭୋଟର ତାଲିକା (ଫାଇଲ ଫଟୋ)

Advertisment

ବିହାର(Bihar) ବିଧାନସଭା ନିର୍ବାଚନକୁ ମାସେରୁ କମ ସମୟ ବାକି। ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ବିହାରରେ ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର କରିଥିଲେ। ସର୍ଭେ ପରେ ଭାରତୀୟ ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ଘୋଷଣା କରିଛନ୍ତି।

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election) ତାରିଖ ଘୋଷଣା କରିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏସ୍‌ଆଇଆର(bihar-sir)କୁ ପ୍ରଶଂସା କରିଥିଲେ। ଏହା ନିରପେକ୍ଷ ଓ ସ୍ୱଚ୍ଛ ଭାବେ କରାଯାଇ ବୋଲି କହିଥିଲେ।  କିନ୍ତୁ ଚୂଡ଼ାନ୍ତ ଭୋଟର ତାଲିକାରେ ରହିଛି ଏକାଧିକ ତ୍ରୁଟି। ଗୋଟିଏ ପରେ ଗୋଟିଏ ତ୍ରୁଟି ଏବେ ସାମ୍ନାକୁ ଆସିବାରେ ଲାଗିଛି।

ମୃତ ଭୋଟରଙ୍କୁ ଜୀବିତ। ଜୀବିତ ଭୋଟରଙ୍କୁ ମୃତ ଭାବେ ଭୋଟର ତାଲିକାରେ ଦର୍ଶାଯାଇଛି। ଏହାର ଜ୍ୱଳନ୍ତ ଉଦାହରଣ ବି ସମସ୍ତେ ଦେଖିବାକୁ ପାଇଛନ୍ତି। 

Advertisment

ଭୋଟର ତାଲିକାରେ ଧୋରାଇୟା ବ୍ଲଗର ବତସର ଗାଁର ୫ ଜଣ ଲୋକଙ୍କୁ ମୃତ ଭାବେ ଦର୍ଶାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ଜାରି କରିଥିଲେ। ଏଥିରେ ୫ ଜଣଙ୍କୁ ମୃତ ଭାବେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ବାସ୍ତବରେ ସେମାନେ ଜୀବିତ ରହିଛନ୍ତି। ସେମାନଙ୍କୁ ମୃତ ଦର୍ଶାଯାଇଥିବାରୁ ଏହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଛନ୍ତି।

ଶୁକ୍ରବାର ଗାଁର ବୁଥ ନମ୍ବର ୨୧୬ର ଲୋକମାନେ ବିଡିଓ ଅରବିନ୍ଦ କୁମାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମୃତ ବୋଲି ଦର୍ଶାଯାଇଥିବା ଗାଁର ୫ ଜଣ ଲୋକ ମଧ୍ୟ ବିଡିଓ ପାଖରେ ପହଞ୍ଚି, ସେମାନା ଜୀବିତ ଥିବାର ପ୍ରମାଣ ଦେଇଛନ୍ତି। ସେମାନେ ବିଡିଓଙ୍କୁ କହିଛନ୍ତି ଯେ “ସାର ଆମେ ବଞ୍ଚିଛୁ।” 

ପ୍ରଭାବିତ ହୋଇଥିବା ଭୋଟରମାନେ ହେଲେ ମୋହନ ସାହ(କ୍ରମିକ ସଂଖ୍ୟା ୨), ସଞ୍ଜୟ ଯାଦବ(କ୍ରମିକ ସଂଖ୍ୟା ୧୭୫), ରାମରୂପ ଯାଦବ(କ୍ରମିକ ସଂଖ୍ୟା ୨୧୧), ନରେନ୍ଦ୍ର କୁମାର ଦାସ(କ୍ରମିକ ସଂଖ୍ୟା ୩୬୪) ଓ ବିଷ୍ଣବର ପ୍ରସାଦ(କ୍ରମିକ ସଂଖ୍ୟା ୩୮୦)। ସାମାଜିକ କର୍ମୀ ଇନ୍ଦ୍ରଦେବ ମଣ୍ଡଳଙ୍କ ନେତୃତ୍ୱରେ ପ୍ରଭାବିତ ହୋଇଥିବା ୫ ଭୋଟର ବିଡିଓଙ୍କ ପାଖରେ ପହଞ୍ଚି, ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। 

ବିଡିଓ ଅରବିନ୍ଦ କୁମାର ତୁରନ୍ତ ଘଟଣାକୁ ବିଚାରକୁ ନେଇ ବିଏଲଓଙ୍କୁ ଫର୍ମ ୬ ପୂରଣ କରି ବାଦ ପଡ଼ିଥିବା ଭୋଟରମାନଙ୍କ ନାଁ ତାଲିକାରେ ସାମିଲ କରିବାକୁ କହିଛନ୍ତି। କୌଣସି ଯୋଗ୍ୟ ଭୋଟର ମତଦାନରୁ ବଞ୍ଚିତ ହେବେ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। 

ଏହାପୂର୍ବରୁ ଜୀବିତ ଥିବା ଚମ୍ପାରନର ଦୁମରି ଗାଁର ୧୫ ଜଣଙ୍କୁ ମୃତ ଭୋଟର ଭାବେ ଦର୍ଶାଯାଇଥିଲା। ସେହିପରି ୨୦୧୮ରେ ସୋନିଆ ଶାରନ ଓ ୨୦୨୫ ଫେବୃଆରୀରେ ତାଙ୍କ ପୁଅ ମଣ୍ଟି ମଣି ପ୍ରାଣ ହରାଇଥିଲେ ହେଁ ସେମାନଙ୍କୁ ତାଲିକାରେ ଯୋଗ୍ୟ ଭୋଟର ଭାବେ ଉଲ୍ଲେଖ କରାଯାଇଥିଲା।

ଖାଲି ସେତିକି ନୁହେଁ, ୨୦୧୬ ରେ ପ୍ରାଣ ହରାଇଥିବା ଲୋକଙ୍କ ନାଁ ମଧ୍ୟ ଭୋଟର ତାଲିକାରେ ରହିଥିବା ଖବର ସାମ୍ନାକୁ ଆସିଛି। ଏବେ ଅଭିଯୋଗ ପାଇବା ପରେ ଭୋଟର ତାଲିକାରେ ସଂଶୋଧନ କରାଯାଉଛି। 

Bihar Bihar Election bihar-sir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe