Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା, ଲାଇନ୍‌ଚ୍ୟୁତ ହେଲା ୫ ବଗି

ଏହି ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Train Derail

Train Derail

Advertisment

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଘଟିଛି ଏହି ଘଟଣା। ଗୁଡ୍‌ସ୍‌ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଛି।

Advertisment

ସୂଚନାନୁସାରେ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ର ୫ଟି ଓ୍ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ତେବେ ସୌଭାଗ୍ୟବଶତଃ ଏସମସ୍ତ ଓ୍ୱାଗନ ଖାଲି ଥିଲା।

ସେପଟେ ଏହି ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ମରାମତି କାମ ଚାଲିଛି। ଏହି ରୁଟ୍‌ ଦେଇ ଯାଉଥିବା ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ର ଗତିକୁ ପରିବର୍ତ୍ତନ କରାଯାଇଛି। ଖୁବଶୀଘ୍ର ମରାମତି କାମ ସରିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି।

Advertisment

ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ ଯାଞ୍ଚ ଜାରି ରହିଥିବା କହିଛନ୍ତି ଅଲିପୁରଦାର ଡିଭିଜନର ଡିଆର୍‌ଏମ୍‌।

Train Derail Train Accident West Bengal Goods Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe